ବିଶିଷ୍ଟ ଚାଷୀ ସୁରେନ୍ଦ୍ର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୧୮/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ କଳପଡା ପଂଚାୟତ ଅନ୍ତର୍ଗତ ଛଘରିଆ ଗ୍ରାମର ଆଗୁଆ ଚାଷୀ ତଥା ବିଶିଷ୍ଟ ବ୍ୟକ୍ତି ସୁରେନ୍ଦ୍ର ବାରିକଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ୱର୍ଗତ ବାରିକଙ୍କ ଜନ୍ମମାଟି ଛଘରିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି ।

ସମାଜସେବୀ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ଅଜୟ ସାମଲ, ଆଠ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଶିକ୍ଷକ ରବୀନ୍ଦ୍ର ପ୍ରସାଦ ଜେନା, କ୍ଷୀରୋଦ କୁମାର ସାମଲ, ଉପେନ୍ଦ୍ର ନାୟକ, ମାନସ ରଞ୍ଜନ ରାଉତ, ଅମୂଲ୍ୟ କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାରିକଙ୍କ ଅଂଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ସାମାଜିକ ଓ ବିକାଶ ମୂଳକ କାର୍ଯ୍ୟ ପ୍ରତି ଅବଦାନ ତଥା କୃଷକମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ନିରନ୍ତର ପ୍ରଚେଷ୍ଟା ସମ୍ପର୍କରେ ଅବତାରଣା କରି ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି ସୃଷ୍ଟି କଲା ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର ମିଲନ କୁମାର ବାରିକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *