ପୋଲିଂ ଏଜେଂଟ ଙ୍କର ମୃତ୍ୟୁ

 ଢ଼େଙ୍କାନାଳ, ୨୫/୦୫/୨୦୨୪ (ଓଡ଼ିଶା ସମାଚାର)- ଜଣେ ପୋଲିଂ ଏଜେଂଟ ଙ୍କର ମୃତ୍ୟୁ ହୋଇଛି ।  ହିନ୍ଦୋଳ ନୂଆବଗ ପଂଚାୟତ ବାହାଲୁଣ୍ଡା ୧୩୬ ନଂ ବୁଥ ର ପୋଲିଂ ଏଜେଂଟ ଶୁକବେଦ ପଟ୍ଟନାୟକ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ବର୍ତ୍ତମାନ ପର୍ୟ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ଏ ନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *