Breaking News Odisha : ସ୍ୱାମୀ ସାମ୍ନାରେ ଛୁଆକୁ ଧରି ନଦୀକୁ ଡେଇଁଲା ମା : ୯ ମାସର ଛୁଆ ଓ ମା କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଆଳି, ୦୫/୦୪/୨୦୨୪ (ଓଡ଼ିଶା ସମାଚାର)- ସ୍ୱାମୀ ସାମ୍ନାରେ ୯ମାସର ଛୁଆ କୁ ଧରି ନଦୀକୁ ଡେଇଁଲା ମାଆ । ଉଦ୍ଧାର କଲେ ମତ୍ସ୍ୟଜୀବୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଆଳି ଓ ରାଜକନିକାକୁ ସଂଯୋଗ କରୁଥିବା ଗଡ଼ଗଡ଼ି ସେତୁ ଉପରୁ ସ୍ୱାମୀ ସମ୍ମୁଖରେ ୯ମାସର ଶିଶୁ କନ୍ୟାକୁ ଧରି ଖରସ୍ରୋତା ନଦୀକୁ ଡେଇଁପଡ଼ିଲା ମାଆ । ତେବେ ମହିଳା ଜଣକ ନଦୀକୁ ଡେଇଁପଡ଼ିବା ପରେ ସ୍ଥାନୀୟ ଲୋକ ତୁରନ୍ତ ଡଙ୍ଗା ନେଇ ନଦୀକୁ ଯାଇ ଖୋଜାଖୋଜି କରି ଉଭୟ ମାଆ ଓ ଛୁଆକୁ ଉଦ୍ଧାର କରି ଆଳି ମେଡିକାଲରେ ଭର୍ତି କରିଥିଲେ । ପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରିତ କରାଯାଇଛି । ମହିଳା ଜଣକ ଆଳି ଥାନା ଖନ୍ଦୋଳ ଗାଁର ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଉଭୟ ମାଆ ଓ ଛୁଆକୁ ଉଦ୍ଧାର କରାଯାଇପାରିଛି ।

Leave a Reply

Your email address will not be published. Required fields are marked *