ଜୁନାଗଡରେ ବେପରୁଆ ଡ୍ରାଇଭିଂ ଯୋଗୁଁ ଯାଉଛି ନିରୀହ ଜୀବନ !

ଜୁନାଗଡ଼ ୨୫/୦୫/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ ହେଉଛି କଳାହାଣ୍ଡି ଜିଲ୍ଲାର ପୁରୁଣା ରାଜଧାନୀ । ଭୌଗୋଳିକ ଦୃଷ୍ଟି କୋଣରୁ ଜୁନାଗଡ଼ ସହର ଜିଲ୍ଲାର ମଧ୍ୟ ଭାଗରେ ଅବସ୍ଥିତ । ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି । ଅନିଭଜ୍ଞ ହୋମଗାର୍ଡଙ୍କ ହାତରେ ଟ୍ରାଫିକ ବ୍ୟବସ୍ଥା ଥିବା ଯୋଗୁଁ ଟ୍ରାଫିକ ପରିଚାଳନାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ରୋଡ଼ ରୋମିଓ, ବୁଲାଗାଇଗୋରୁ ଓ ଯାନବାହନ ବୃଦ୍ଧି ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ଫେଲ ହେଉଥିବା ବେଳେ ଗାଡି ମୋଟର ଜାମ ଯୋଗୁଁ ଲୋକେ ହେଉଛନ୍ତି ବେହାଲ । ଅନେକ ଦିନର ଅଭିଯୋଗ ପରେ କଲମପୁର ଛକ ଓ ଓରିଆନ ହୋଟେଲ ଛକ ଠାରେ ଟ୍ରାଫିକ ସିଗନାଲ ଲାଗିଲା । କିନ୍ତୁ ସିଗନାଲକୁ ମଧ୍ୟ କେହି ମନୁନାହାନ୍ତି । ବାଇପାସ ରାସ୍ତା ନିର୍ମାଣ ଦାବି ହେଉଛି । ଜୁନାଗଡ଼ ୧୨ ଟି ୱାର୍ଡକୁ ନେଇ ସର୍ବ ପୁରାତନ ଏନଏସି ହୋଇଥିବା ବେଳେ ବ୍ଲକ ମୁଖ୍ୟାଲୟ ମଧ୍ୟ ଅଟେ । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଓ ଏନଏସିରେ ୧ଲକ୍ଷ ୮୮ ହଜାର ୪୦୩ ଭୋଟର ଅଛନ୍ତି । ସେହିଭଳି ଏଠାରେ ଥାନା, ଡାକ୍ତରଖାନା, ତଥା ବିଭିନ୍ନ କାର୍ୟ୍ୟାଳୟ ଥିବା ଯୋଗୁଁ ପ୍ରତିଦିନ ଲୋକ ସଂଖ୍ୟା ବୃଦ୍ଧି ପାଉଛି । ଜୁନାଗଡ଼କୁ ସେକେଣ୍ଡ ମୁମ୍ବାଇ ବୋଲି ଆଗରୁ ବିବେଚନା କରାଯାଇଥିବା ବେଳେ ବର୍ତ୍ତମାନ ବାସ୍ତବରେ ମଧ୍ୟ ତାହା ସତ । ଜୁନାଗଡ଼ ଜିଲ୍ଲାର ମଧ୍ୟ ସ୍ଥଳୀ ହୋଇଥିବା ବେଳେ ବ୍ୟବସାୟିକ କ୍ଷେତ୍ରରେ ମୁଖ୍ୟ ପ୍ରାଣକେନ୍ଦ୍ର ଅଟେ । ସହରରେ ଦିନକୁ ଦିନ ଲୋକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ବୃଦ୍ଧି ପାଉଛି । ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ଦିନକୁ ଦିନ ଟ୍ରଫିକ ସମସ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ରୋଡ଼ ରୋମିଓ ଓ ଅନ୍ୟ ପଟେ କିଛି ବ୍ୟବସାୟୀ ମଧ୍ୟ ରାସ୍ତାକଡ଼କୁ ମାଡି ବସିଥିବା ବେଳେ ଏବଂ ଅହେତୁକ ଯାନ ବାହନ ଚଳାଚଳ ଯୋଗୁଁ ଟ୍ରଫିକ ଜାମ ହେବା ସହିତ ଅନେକ ଦୁର୍ଘଟଣା ହୋଇ ଉଠିଲା ଜନ ଜୀଵନ ନଷ୍ଟ ହେବାରେ ଲାଗିଛି । ଏଠାରେ ସ୍ଥାୟୀ ଟ୍ରଫିକ ପୁଲିସ ନ ଥିବା ବେଳେ ଅନିଭିଜ୍ଞ ହୋମଗାର୍ଡ ମାନେ ହିଁ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି । ଜୁନାଗଡ଼ ହେଉଛି କୋକସରା, ଜୟପାଟଣା, କଲମପୁର, ଥୁଆମୂଳ ରାମପୁର,ଧର୍ମଗଡ଼, ଗୋଲାମୁଣ୍ଡା, ଭବାନୀପାଟଣା ପ୍ରମୁଖ ବ୍ଲକର ମଧ୍ୟସ୍ଥଳି ଅଟେ । ଅନ୍ୟ ପକ୍ଷରେ ଜୁନାଗଡ଼କୁ ରେଳ ସଂଯୋଗ ହେବା ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାର ନବରଙ୍ଗପୁର,ଜୟପୁର ତଥା ଛତିଶଗଡ଼ର ଲୋକେ ମଧ୍ୟ ଜୁନାଗଡ଼ ଉପରେ ନିର୍ଭର କରୁଛନ୍ତି । ପ୍ରତିଦିନ ଜୁନାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରୁ ଲଙ୍କେଶ୍ୱରୀ ମନ୍ଦିର ପର୍ୟ୍ୟନ୍ତ ଟ୍ରାଫିକ ଜାମ ହୋଇଥାଏ ଏବଂ ଦୁର୍ଘଟଣା ଘଟିଥାଏ। ରାସ୍ତା ପାର ହେବା ପାଇଁ ଲୋକଙ୍କୁ ଅନେକ ସମୟ ଲାଗିଥାଏ । ଗୋଟିଏ ପଟେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୋଦାମ ଗୃହ ଥିବା ଯୋଗୁଁ ପ୍ରତିଦିନ ଶତାଧିକ ଟ୍ରକ ମାନଙ୍କ ଯିବା ଆସିବା କରିବା ଫଳରେ ଲୋକେ ଭୟଭୀତ ହୋଇଥାନ୍ତି । ଫଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ହେବା ସହିତ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ତୁରନ୍ତ ସରକାର ବାଇପାସ ରାସ୍ତା ଓ ଟ୍ରଫିକ ପୁଲିସ ମୁତୟନ କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *