୬ନମ୍ବର ଜୋନରେ ବିଜେଡି ସାଂସଦପ୍ରାର୍ଥୀ ଅଂଶୁମାନ ଓ ବିଧାୟକପ୍ରାର୍ଥୀ ଗଣେଶ୍ୱରଙ୍କ ବିଶାଳ ଶୋଭାଯାତ୍ରା

କେନ୍ଦ୍ରାପଡ଼ା,୨୩/୫/୨୦୨୪(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ପରିଷଦର ୬ନମ୍ବର ଜୋନ୍ରେ ଜିଲା ପରିଷଦ ସଦସ୍ୟା ନିର୍ମଳା ମହାନ୍ତିଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରା ଏକ ବିଶାଳ ଶୋଭାଯାତ୍ରାରେ ଆଜି ଭୋଟ ପ୍ରଚାର କରିଛନ୍ତି । ସକାଳ ପ୍ରାୟ୧୦ଟାରେ ଏହି ବିଶାଳ ଶୋଭାଯାତ୍ରା ଗୁଲନଗର ପଂଚାୟତର ଚଟିପୋଲ ନିକଟରୁ ବାହାରି କପାଳେଶ୍ୱର ପଂଚାୟତର ଗରାପୁର ଦେଇ ପୁରୁଣା ବସ୍ ଷ୍ଟାଣ୍ଡ, ଗୋପ, ଦୁୁତିଆଳ, ଶ୍ୟାମସୁନ୍ଦରପୁର, ଭରତପୁର, ମେହେନ୍ଦିପୁର, ନରିଲୋ, ଚକ୍ରୋଡା, ଜମଧର, କଷୋଟି, ବଡଗାଁ, ସାନଗାଁ ଓ ବଣହରା ଦେଇ ଭାଗବତପୁରର ପଂଚାୟତର ବାଲିଆଠାରେ ଅପରାହ୍ନ ୨ଟାରେ ପହଂଚିଥିଲା । ଏହି ଶୋଭାଯାତ୍ରା ବିଭିନ୍ନ ପଂଚାୟତ ଓ ଗ୍ରାମ ଦେଇ ଯିବା ସମୟରେ ପ୍ରତ୍ୟେକ ଗ୍ରାମରେ ଲୋକମାନେ ଫୁଲତୋଡା, ଫୁଲହାର, ଉତରୀୟ ଏବଂ ଫୁଲ ଚନ୍ଦନ ଦେଇ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶିର୍ବାଦ ପ୍ରଦାନ କରିଥିଲେ । ପ୍ରାର୍ଥୀମାନେ ଶୋଭାଯାତ୍ରାର ବିଭିନ୍ନ ସ୍ଥାନରେ ଭୋଟରମାନଙ୍କୁ ଯୋଡି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଜାରି ରଖିବା ପାଇଁ ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ଯୋଡିଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଏହି ଅବସରରେ ନିବେଦନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ୬ନମ୍ବର ଜିଲା ପରିଷଦ ଜୋନ୍ର ବରିଷ୍ଠ ବିଜେଡି ନେତା ପ୍ରଦୀପ୍ତ ମହାନ୍ତି, ପୂର୍ବତନ ସମିତିସଭ୍ୟ ଶିବପ୍ରସାଦ ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଗୁଲନଗର ପଂଚାୟତର ପୂର୍ବତନ ସରପଂଚ ଲୋପାମୁଦ୍ରା ବାରିକ ଓ ପୀତବାସ ବେହେରା, ଗୁଲନଗର ପଂଚାୟତ ବିଜୁ ଜନତା ଦଳ ସଭାପତି ସୁଶାନ୍ତ ଦାଶ, ରାଜୁ କୁବେର, ତ୍ରିଲୋଚନ ଦାସ, ରବୀନ୍ଦ୍ର ସାହୁ, ପୂର୍ବତନ ପୌରଉପାଧ୍ୟକ୍ଷ ସବିିତା ସାହୁ, ଭରତପୁର ସରପଂଚ ନୀଳାମ୍ବର ମଲ୍ଲିକ, ଶ୍ୟାମସୁନ୍ଦରପୁର ପଂଚାୟତ ସରପଂଚ ଅଙ୍କୁର ସେଠୀ, ସମିତିସଭ୍ୟା ଉର୍ମିଳା ସେଠୀ, ପୂର୍ବତନ ସରପଂଚ ଶାରଦା ପ୍ରସନ୍ନ ରାଉତ, ଶାରଦା ରାଉତ(କୁନା), ସୁମିତ୍ରା ପାଢୀ, ମିନତୀ ପରିଡା, ଭରତପୁର ପଂଚାୟତର ପୂର୍ବତନ ସରପଂଚ ଜିନତ୍ ପ୍ରିୟଦର୍ଶିନୀ, ଅକ୍ଷୟ ମନ୍ତ୍ରୀ, ବିଶ୍ୱଜିତ ସାମଲ, ପୂର୍ବତନ ସମିତି ସଭ୍ୟ ହେମନ୍ତ ବିଶ୍ୱାଳ, ଚକ୍ରୋଡା ସରପଂଚଙ୍କ ପ୍ରତିନିଧି ନିରଞ୍ଜନ ନାୟକ, ପ୍ରଣତି ବେହେରା, ରମାକାନ୍ତ ରାଉତ, ଦିଲ୍ଲୀପ ମହାନ୍ତି, ଅନନ୍ତ ଜେନା, ଦୋଳଗୋବିନ୍ଦ ସାମଲ, ପୂର୍ବତନ ସରପଂଚ ବସନ୍ତ କୁମାର ରାଉତ, ପଂଚାୟତ ବିଜେଡି ସଭାପତି ଗୌରାଙ୍ଗ ଚରଣ ଲେଙ୍କା, ଜମଧର ସରପଂଚ ରାଜକିଶୋର ଖୁଂଟିଆ, ସମିତିସଭ୍ୟ ଦେବାଶିଷ ଦାସ, ଅର୍ଜୁନି ସେଠୀ, ପୂର୍ବତନ ସରପଂଚ ଅଭିମନୁ୍ୟ ମହାନ୍ତି, ସେକ୍ ଅରମାନ୍, ସେକ୍ ଲିୟାକତ୍, ଜିତେନ୍ଦ୍ର ମହାନ୍ତି, ପଂଚାୟତ ସଭାପତି ଦାମୋଦର ଜେନା, ଭାଗବତପୁର ପଂଚାୟତ ସରପଂଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ସମିତିସଭ୍ୟା ପ୍ରମିଳା ମିଶ୍ର ଓ ପୂର୍ବତନ ସରପଂଚ ଧରଣୀଧର ଦାସ, ପରିବେଶବୀତ ନାରାୟଣ ପତି, ପଂଚାୟତ ସଭାପତି ଧିରେନ ସ୍ୱାଇଁ, ପ୍ରମୋଦ ସାହୁ, ଶରତ ଚନ୍ଦ୍ର ସ୍ୱାଇଁ,କାର୍ତିକ ନାୟକ, ରାମଚନ୍ଦ୍ର ରାଉତ, ପ୍ରଫୁଲ୍ଲ ମହାନ୍ତି, ସୁବାଷ ସେଠୀ ପ୍ରମୁଖ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ବାଇକ ଚଳାଇ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡିଶଙ୍ଖ ଚିହ୍ନରେ ଆଗାମୀ ଜୁନ ୧ତାରିଖରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଲୋକମାନଙ୍କୁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *