ଆୟ ପ୍ରମାଣ ପତ୍ର ପାଇଁ ଭତ୍ତାରୁ ବଞ୍ଚିତ ହେବେ ଲକ୍ଷ ଲକ୍ଷ ହିତାଧିକାରୀ !

କଟକ ସଦର,୧୪/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭତ୍ତା ପାଇବାକୁ ଆଉ ହିତାଧିକାରୀଙ୍କୁ ଦହଗଞ୍ଜ ହେବାକୁ ପଡିଵ ନାହିଁ ବୋଲି ସରକାର ଘୋଷଣା କରି ଏକକୀକୃତ ପେନସନ ପରିଚାଳନା ପୋର୍ଟାଲ(UPMP) ଖୋଲି ଥିବାବେଳେ ବାସ୍ତବରେ ତାହା ଧର୍ମକୁ ଆଖି ଠାର ସଦୃଶ ହୋଇଛି। ପୂର୍ବରୁ ୬୦ ବର୍ଷ ହୋଇଥିବା ହିତାଧିକାରୀ ମାନେ ରାଜସ୍ୱ ନୀରିକ୍ଷକ (ଆର୍ ଆଇ) ମାନଙ୍କ ଠାରୁ ୬୦ ହଜାର ଟଙ୍କାରୁ କମ୍ ପ୍ରମାଣ ପତ୍ର ଆଣି ଆବେଦନ କରୁଥିଲେ।

ହେଲେ ଏବେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ତହସିଲଦାର ମାନେ ଏକ ଲକ୍ଷ ଟଙ୍କାରୁ କମ୍ ଆୟ ପ୍ରମାଣ ପତ୍ର ଦେଉନାହାନ୍ତି। ଯାହା ଫଳରେ ହିତାଧିକାରୀ ମାନେ ୬୦ ହଜାର ଟଙ୍କାର ପ୍ରମାଣ ପତ୍ର ପାଇ ପାରୁନଥିବାରୁ ପୋର୍ଟାଲ ରେ ଆବେଦନ କରିପାରୁ ନଥିବା ଅଭିଯୋଗ ହେଉଛି। ସେପଟେ ସରକାର ଯଦି ଆୟର ସୀମାକୁ କମାଇ ଦିଅନ୍ତି ତେବେ ଦରିଦ୍ର ରାଜ୍ୟ ଭାବେ ସମାଲୋଚନା ର ଶୀକାର ହେବା ସମ୍ଭାବନା ରହିଛି। ଏଥିପାଇଁ ଭତ୍ତା ହିତାଧିକାରୀ ମାନଙ୍କ ପାଇଁ ସରକାର ବିକଳ୍ପ ଚିନ୍ତା କରିବାକୁ ସାଧାରଣ ରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *