ଶିକ୍ଷାବୀତ ଦତକୃଷ୍ଣ ଜେନାଙ୍କ ପରଲୋକ

କେନ୍ଦ୍ରାପଡ଼ା, ୨୩/୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମର ଅଧିବାସୀ ତଥା କରିଲୋପାଟଣା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦତକୃଷ୍ଣ ଜେନାଙ୍କ ଭୁବନେଶ୍ୱରସ୍ଥିତ ଏମ୍ସ ହସପିଟାଲରେ  ପରଲୋକ ହୋଇଯାଇଛି । ସେ କେନ୍ଦ୍ରାପଡା ମହାବିଦ୍ୟାଳୟ ଛାତ୍ର ସଂସଦର  ଉପସଭାପତି ଥିଲେ । ସେ ଜଣେ ପରୋପକାରୀ, ନିସ୍ୱାର୍ଥପର ତଥା ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ପୁରଦ୍ଧା ଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଥାଇ ସେ ବହୁ ମେଧାବୀ ଓ ଗରିବ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପତ୍ନୀ ତଥା କଂସାର ପଂଚାୟତର ପୂର୍ବତନ ସମିତିସଭ୍ୟା ଭାରତୀ ଜେନା, ଝିଅ ଅଙ୍କିତା, ଜ୍ୱାଇଁ ବିକ୍ରମ, ତତ୍ୱମସୀ, ସ୍ମୃତିରଞ୍ଜନ, ରୋନି, ସୋନି, ଜଲି, ସିଲି, ଟ୍ୱିଙ୍କିଲ, ବବଲୁ, ଲାଲୁ, ପିକୁଲୁଙ୍କ ସମେତ ବନ୍ଧୁ ପରିବାରଜନ ଉପସ୍ଥିତ ଥିଲେ । ଭୁବନେଶ୍ୱରରୁ ତାଙ୍କ ଜନ୍ମମାଟି କେନ୍ଦ୍ରାପଡାର କଂସାରକୁ ଶବ ଅଣାଯିବା ପରେ ସେଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ରବୀନ୍ଦ୍ରନାଥ ପଣ୍ଡା, ଗଣେଶ୍ୱର ନାୟକ, କଂସାର ସରପଂଚ ସରୋଜିନୀ ନାୟକ, ସମିତିସଭ୍ୟ ସରୋଜରଞ୍ଜନ ଜେନା, ମନୋଜ ନାୟକ, କରିଲୋପାଟଣା କଲେଜର ଅଧ୍ୟକ୍ଷ ହିମାଂଶୁ ମହାନ୍ତି, ବହୁ ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ବିଶେଷ ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *