କଟକ ସଦର: ହୋମ୍ ପଞ୍ଚାୟତ କିଶନନଗରରେ ସର୍ବାଧିକ ଲିଡ୍ କଲେ ବିଜେପି ର ନବନିର୍ବାଚିତ ବିଧାୟକ ପ୍ରକାଶ ସେଠୀ 

କଟକ ସଦର, ୦୬ /୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ପଞ୍ଚାୟତ ନିର୍ବାଚନରେ କଟକ ସଦର ବ୍ଲକର କିଶନନଗର ପଞ୍ଚାୟତରେ ବିଜେଡ଼ି ସମର୍ଥିତ ସରପଂଚ ପ୍ରାର୍ଥୀନୀ ଙ୍କୁ ସର୍ବାଧିକ ୧୦୦୧ ଭୋଟରେ ପରାସ୍ତ କରି ନିଜ ଭାଉଜ ସୁଜାତା ସେଠୀଙ୍କୁ ବିଜୟୀ କରି ଏଵେ ନିର୍ବାଚନ ମଣ୍ଡଳୀରୁ ଉକ୍ତ ପଞ୍ଚାୟତରେ ସର୍ବାଧିକ ୯୩୬ ଭୋଟ ପାଇ ଗଡ଼ ରକ୍ଷା କରି ପାରିଛନ୍ତି ନବନିର୍ବାଚିତ ବିଜେପି ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ। ସଦର ମାଟିର ପୁଅକୁ ନିର୍ବାଚିତ କରି ଲୋକେ ଯେତିକି ଖୁସି ଅନୁଭବ କରୁଛନ୍ତି ଏହା ସଦରଵାସୀଙ୍କର  ସ୍ୱ।ଭିମାନର ଵିଜୟ ବୋଲି ବିଧାୟକ କହିଛନ୍ତି। ଓଡ଼ିଶାର ଅନେକ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟତା ବଜାୟ ରଖି ବିଜେଡ଼ି ପ୍ରାର୍ଥୀ ମାନେ ବିଜୟ ଲାଭ କରିଥିବା ବେଳେ କଟକ ସଦରରେ ( ନିର୍ବାଚନ ବାହାରର ) ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ହାରିବା ଲୋକପ୍ରିୟତା ହ୍ରାସ ର ପ୍ରମାଣ ମିଳିଛି। କେବଳ କେତେକ ତଥାକଥିତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆଜି ବିଜେଡ଼ି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ନିର୍ବାଚନର ଯଥେଷ୍ଟ ପୂର୍ବରୁ ଚନ୍ଦ୍ର ସାରଥି ଅବଗତ ଥିଲେ ବି କିଂ କର୍ତ୍ତବ୍ୟ ଵିମୁଢ ହୋଇଥିଲେ। ଯେଉଁଥିପାଇଁ ଆଜି ଏ ଦଶା ଭୋଗିବାକୁ ପଡିଲା।ଅନ୍ୟ ପକ୍ଷରେ ବିଜେପିର ରାଜ୍ୟ ସଂପାଦକ ତଥା କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ନିର୍ବାଚନ ସମୟରେ ବିଜେଡ଼ି ରେ ଯୋଗଦେବା ଭୋଟ କମାଇବାରେ ଅଧିକ ସହାୟକ ହେଲା ବୋଲି ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ଯାହାଙ୍କ ପାଇଁ ବିଜେଡ଼ିରୁ ନିଲମ୍ବିତ ହୋଇ ବିଜେପି କୁ ଯାଇଥିବା ସତ୍ୟ ପୁଣି ତାଙ୍କରି ପାଇଁ ନିର୍ବାଚନ ସମୟରେ ବିଜେଡ଼ି କୁ ଫେରିବା ଲୋକମାନେ ଗ୍ରହଣ ନକରିଵା ଫଳରେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଅନ୍ୟପକ୍ଷରେ ନବନିର୍ବାଚିତ ବିଧାୟକ ପ୍ରକାଶଙ୍କ ପାଖକୁ ଶୁଭେଚ୍ଛା, ଅଭିନନ୍ଦନର ସୁଅ ଛୁଟିଥିଲା ବେଳେ ସମ୍ବର୍ଧନା ପାଇଁ ତାଙ୍କ ଘର କିଶନନଗର ବିଶ୍ୱ।ଳପଡା ଵାଲିସୁକ୍ରି ଠାରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି ।

Leave a Reply

Your email address will not be published. Required fields are marked *