ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚେତନା ମାନସିକ ଅନଗ୍ରସର କେନ୍ଦ୍ରରେ ଶିଶୁ ଦିବସ ପାଳନ  

ଭୁବନେଶ୍ୱର,୧୪/୧୧/୨୦୨୬ (ଓଡିଶା ସମାଚାର )- ଆଜି ସର୍ବତ୍ର ଶିଶୁ ଦିବସ ପାଳନ କରାଯାଉଛି । ଏହି ଅବସରରେ ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ , ବସନ୍ତପୁର ପକ୍ଷରୁ ସ୍ଥାନୀୟ ଜୟଦେବ ବିହାର ଠାରେ ଥିବା ଚେତନା ମାନସିକ ଅନଗ୍ରସର କେନ୍ଦ୍ର ଭୁବନେଶ୍ୱର ଠାରେ ଶିଶୁ ମାନଙ୍କ ସହିତ ଶିଶୁ ଦିବସ ପାଳନ କରାଯାଇଛି । ପ୍ରାରମ୍ଭରେ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ଅର୍ପଣ କରି ଶିଶୁ ଦିବସ ସମ୍ପର୍କରେ ଶିଶୁ ମାନଙ୍କୁ ବୁଝାଇଥିଲେ । ଶିଶୁ ଦିବସ ଅବସରରେ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ର ଟ୍ରଷ୍ଟି ରାଜଲକ୍ଷ୍ମୀ ମହାନ୍ତି ଓ ରାଜନ୍ ମହାନ୍ତି ପ୍ରମୁଖ ଚେତନା ମାନସିକ ଅନଗ୍ରସର କେନ୍ଦ୍ରରେ ଥିବା ଶିଶୁ ମାନଙ୍କୁ କେକ୍ ବଂଟନ କରିଥିଲେ ।

Leave a Reply

Your email address will not be published. Required fields are marked *