ନିଶ୍ଚିନ୍ତକୋଇଲି ରେ ଆମ୍ବେଦକର ଜୟନ୍ତୀ 

ନିଶ୍ଚିନ୍ତକୋଇଲି, ୧୫/୦୪/୨୦୨୪ (ଓଡିଶା ସମାଚାର /ଅଭୟ ଜେନା ) – ସମ୍ବିଧାନ ପ୍ରଣେତା ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ  ନିଶ୍ଚିନ୍ତକୋଇଲି ବ୍ଲକ୍ ଛକ ସ୍ଥିତ ବାବା ସାହେବ୍ ଆମ୍ବେଦକର ଙ୍କ  ପ୍ରତିମୂର୍ତ୍ତି ରେ   ଆମ୍ବେଦକର ପ୍ରେମୀ ପାରିବାର ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥି ସହ ଜୟ ଭିମ୍, ଜୟ ସମ୍ବିଧାନ ନାରା ରେ ପ୍ରକମ୍ପିତ ହୋଇଥିଲା ନିଶ୍ଚିନ୍ତ କୋଇଲି ଥାନା ଛକ। ପରେ ପରେ ଏକ ବିଶାଳ ଶୋଭଯାତ୍ରା ନିଶ୍ଚିନ୍ତକୋଇଲି ବ୍ଲକ୍ ଛକ ରୁ ବାହାରି ବିଭିନ୍ନ ଦଳିତ ଓ ଲଘୁଜନ ଅଞ୍ଚଳ ପରିକ୍ରମା କରି ଅସୁରେଶ୍ଵର ପର୍ଯ୍ୟନ୍ତ ଯାଇ ଫେରିଥିଲା ପଣସ ପଡ଼ିଆ ଗାନ୍ଧି ଛକ ନିକଟକୁ। ସେଠାରେ ଅନୁଷ୍ଠିତ ସାଧାରଣ ସଭା ରେ ଅନେକ ଦଳିତ ଓ ଆମ୍ବେଦକର ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

ନିଶ୍ଚିନ୍ତକୋଇଲି ବ୍ଲକ୍ ବରିଷ୍ଠ ଦଳିତ୍ ନେତା ବଟକୃଷ୍ଣ ବେହେରା, ସାମ୍ୱାଦିକ ପ୍ରସନ୍ନ ଦାସ୍, ସମାଜସେବୀ ରାମଚନ୍ଦ୍ର ମଲ୍ଲିକ ଯୋଗ ଦେବା ସହ ମୁଖ୍ୟ ଅତିଥି ରୂପେ ଭିମ୍ ଆର୍ମୀ , ପୂର୍ବ ଓଡ଼ିଶା ର ଜଣାଶୁଣା ଟାଣୁଆ ନେତା ତଥା ଖୋର୍ଦ୍ଧା ଜିଲ୍ଲା ଅଧ୍ୟକ୍ଷ କୁନାଲ ରାବଣ ଯୋଗ ଦେଇ କହିଥିଲେ ନିଶ୍ଚିନ୍ତକୋଇଲି ର ଘରେ ଘରେ ସମ୍ବିଧାନ ରହିବ।

ନିଶ୍ଚିନ୍ତ କୋଇଲି , ସାଲେପୁର ଓ ମାହାଙ୍ଗା ଅଞ୍ଚଳ ର ଅନ୍ୟ ନେତୃ ମାନଙ୍କ ମଧ୍ୟ ରେ କରୁଣା କର ସାମଲ, ରଶ୍ମି ରଞ୍ଜନ ଦାସ, ବିପିନି ବିହାରୀ ମଲ୍ଲିକ, ଦୁଷ୍ମନ୍ତ ନାଗ୍, ବଳରାମ ସାମଲ, ରମେଶ ଚନ୍ଦ୍ର ସେଠୀ, ନିରଞ୍ଜନ ସେଠୀ, ସନ୍ତୋଷ ସାହୁ, ବିନୋଦ ମଲ୍ଲିକ,  ଲିଲି ମଲ୍ଲିକ, ଉମାକାନ୍ତ ବେହେରା, ବଳଭଦ୍ର ସେଠି, କାଳନ୍ଦୀ ଚରଣ ସ୍ଵାଇଁ, ଶ୍ରୀମତୀ କ୍ଷୀର ମଲ୍ଲିକ, ଲକ୍ଷ୍ମୀ ପ୍ରିୟା ବେହେରା, ଦୁର୍ଯୋଧନ ମଲ୍ଲିକ ଅଜୟ ସେଠୀ, କାଳନ୍ଦୀ ଚରଣ ସ୍ଵାଇଁ, କୃଷ୍ଣ ଚନ୍ଦ୍ର ମଲ୍ଲିକ, ରତ୍ନାକର ସେଠୀ ପ୍ରମୁଖ ଯୋଗ ଦେଇ ଆମ୍ବେଦକର ଜୟନ୍ତୀ ସମାରୋହ କୁ ସାଫଲ୍ୟ ମଣ୍ଡିତ କରିଥଲେ।

Leave a Reply

Your email address will not be published. Required fields are marked *