ଜୁନାଗଡ଼ କଳାବିକାଶ କେନ୍ଦ୍ରର ଗ୍ରୀଷ୍ମ ଉତ୍ସବ ଉଦଯାପିତ

ଜୁନାଗଡ଼, ୨୨/୦୫/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ):କଳାବିକାଶ କେନ୍ଦ୍ର ଜୁନାଗଡ଼ର ଗ୍ରୀଷ୍ମ ଉତ୍ସବ ଉଦଯାପିତ ହୋଇଯାଇଛି। ଗ୍ରୀଷ୍ମ ଅବକାଶ ଅବସରରେ ଗତ ଅପ୍ରେଲ ୨୫ ଠାରୁ ମଇ ୨୦ ପର୍ୟ୍ୟନ୍ତ ଏଠାରେ ଶିକ୍ଷାର୍ଥୀମାନଙ୍କୁ ଚିତ୍ରାଙ୍କନ, ତାଇକୱଣ୍ଡୋ ଓ ନୃତ୍ୟ ଶିକ୍ଷା କ୍ରମାଗତ ଭାବରେ ପ୍ରଦାନ କରାଯାଇଥିଲା। ପିଲାମାନଙ୍କର ଶାରିରୀକ ବିକାଶ, ବୌଦ୍ଧିକ ଓ ମାନସିକ ବିକାଶ ବୃଦ୍ଧିରେ ଏହି ତାଲିମ ସହାୟକ ହେବ। କର୍ମଶାଳାର ଉଦଯାପନୀ ଦିବସ କଳାବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଈଶ୍ବର ପୂଝାରୀ, ମୁଖ୍ୟ ବକ୍ତା ଜୟନ୍ତ କୁମାର ଜେନା, ସମ୍ମାନିତ ଅତିଥି ରଞ୍ଜନ କୁମାର ପଣ୍ଡା, ମୁକୁନ୍ଦ ରେଙ୍ଗୀ, ସନ୍ଦୀପ କୁମାର ସାହୁ, ପ୍ରଶାନ୍ତି ପ୍ରଧାନ, ପଦ୍ମାବତୀ ସାହୁ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଦିଲ୍ଲୀପ କୁମାର ପଣ୍ଡା ସଭା ସଂଯୋଜନା କରିଥିଲେ। ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ଉତ୍ସବ ଅବସରରେ ପୁରସ୍କାର ବିତରଣ କରାଯାଇଥିଲା। ରଶ୍ମି ରଞ୍ଜନ ନାୟକ ଓ ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ କଳାବିକାଶ କେନ୍ଦ୍ରର ପ୍ରଶିକ୍ଷକ ମୁକୁନ୍ଦ ରେଙ୍ଗୀ, ଡି.ବଳରାମ, ଯୋଗିନ୍ଦ୍ର ପଟ୍ଟନାୟକ, ମାନସ ରଞ୍ଜନ ପଣ୍ଡା, ପ୍ରିୟଙ୍କା ପ୍ରଧାନ, ଲିପ୍ପା ରାଣୀ ବାରିକ, ପଲକ୍ କୁମାର ଓ ରିଙ୍କି ନାଏକ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *