ଶ୍ରୀ ଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ଦିବ୍ୟ ସ୍ୱାଗତ

ନିରାକାରପୁର, ୧୪/୦୧/୨୦୨୪ (ଓଡ଼ିଶା ସମାଚାର)- ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିମିତ ଟାଙ୍ଗୀ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଜୟ ଜଗନ୍ନାଥ ଅର୍ପଣ ରଥର ପରିକ୍ରମା କୁ ଦିବ୍ୟ ଶୋଭାଯାତ୍ରା ରେ ପାଛୋଟି ନିଆଯାଇ ସଂକୀର୍ତନ , ବନ୍ଦାପନା, ହୁଳହୁଳି, ହରିବୋଲରେ ସମଗ୍ର ଅଞ୍ଚଳ ନିନାଦିତ ହେବାସହ ଅରୁଆ ଚାଉଳ, ଗୁଆ ଶ୍ରଦ୍ଧାଳୁ ମାନେ ଅର୍ପଣ କରିଥିଲେ । ଉକ୍ତ ଅର୍ପଣ ରଥକୁ ପୁଷ୍ଠ ଭାଗରେ ଥାଇ ପାଛୋଟି ନେଇଥିଲେ ଶ୍ରମିକ କଲ୍ୟାଣ ବୋର୍ଡ ର ଅଧକ୍ଷା ଶ୍ରୀମୟୀ ମିଶ୍ର, ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର,ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ଟାଙ୍ଗୀ ବ୍ଲକ ଅଧକ୍ଷା ରିସନା ମାନନ୍ଧାତା ଏବଂ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ମାନେ ।

Leave a Reply

Your email address will not be published. Required fields are marked *