ବର୍ଷିଆନ ବାଦ୍ୟକାର ଓ ସଂକୀର୍ତ୍ତନ ପ୍ରେମୀ ଜଟ ସେଠୀଙ୍କ ପରଲୋକ

ମାହାଙ୍ଗା,୨୭/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ବର୍ଷିଆନ ବାଦ୍ୟକାର ତଥା କଳାନୁରାଗୀ ଜଟ ସେଠୀଙ୍କ ହୃଦଘାତରେ ଦେହାନ୍ତ ଘଟିଛି । ଏକ ଅଭାବୀ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ସେଠୀ ପିଲାଟି ଦିନୁ କଳା ଓ ସଂଗୀତ ପ୍ରିୟ ଥିଲେ । ମାହାଙ୍ଗା ଅଂଚଳରେ ଜଣେ ଭଲ ବାଦ୍ୟକାର ତଥା ସଂକୀର୍ତ୍ତନ ପ୍ରେମୀ ମଣିଷ ଭାବରେ ସେ ସମସ୍ତଙ୍କ ପାଖରେ ପରିଚିତ ଥିଲେ । ବୁଧବାର ଭୋରରୁ ତାଙ୍କର ପରଲୋକ ଘଟିବା ସୂଚନା  ମିଳିଥିଲା । କୁମୁଡା ହାଟ କେଳା ସାହି ନିକଟରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା ।

ସାମାଜିକକର୍ମୀ ଅଖିଳେଶ ପଦ ମହାନ୍ତି, କୁହୁଣ୍ଡା ବିକାଶ ପରିଷଦ ସଭାପତି ନିରଞ୍ଜନ ମୁଦୁଲି, ସଂଖ୍ୟାଲଘୁ ସଂଗଠକ ଅଫସର ତୁଲ୍ଲା, ଯୁବ ସଂଗଠକ ରବୀନ୍ଦ୍ର ପୃଷ୍ଟି ,ପୂର୍ବତନ ୱାର୍ଡ ସଭ୍ୟ ଅଭିମନ୍ୟୁ ସାମଲ, ପୂର୍ବତନ ୱାର୍ଡ ସଭ୍ୟ କେଦାରେଶ୍ୱର ପୁହାଣ,ପୂର୍ବତନ ୱାର୍ଡ ସଭ୍ୟ ଘନଶ୍ୟାମ ବେହେରା, ରାକେଶ ବେହେରା, ସରୋଜ ଦାସ,ଅବଦୁଲ ମନାନ, ଜମିରୁଦ୍ଦିନ ଖାଁ,ଅବଦୁଲ ହମିଦ,ପ୍ରମୁଖ ସ୍ବର୍ଗତ ସେଠୀଙ୍କ ବାସଭବନରେ ପହଂଚି ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ସ୍ବର୍ଗତ ସେଠୀଙ୍କ ବିୟୋଗରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ, ସ୍ଥାନୀୟ ସମିତିସଭ୍ୟା ସୁପ୍ରଭା ସାମଲ,ସୁନାକର ବେହେରା,ସୁଦାମ ପଲେଇ, ଦାମୋଦର ପଲେଇ, ବିଷ୍ଣୁ ଚରଣ ବେହେରା, ମୋହି ଉଦ୍ଦିନ ଖାଁ,ରାଜେଶ ବେହେରା, ମନିରୁଦ୍ଦିନ ଖାଁ, ଯଦୁନାଥ ବେହେରା,ବ୍ରଜବନ୍ଧୁ ପଲେଇ, ନଗେନ ବେହୁରା, ଅପର୍ତ୍ତି ବେହେରା,ଶରତ ବେହେରା, ଅମୁଲ୍ୟ ପଲେଇ, ଲକ୍ଷ୍ମୀଧର ବେହେରା, ସୁମନ୍ତ ପଲେଇ, କ୍ଷୀରୋଦ ଦାଶ, ଶିବ ପ୍ରସାଦ ବେହେରା, ରାଜେନ୍ଦ୍ର ପଣ୍ଡା, ପ୍ରକାଶ ବେହେରା, ରମେଶ ମହାନ୍ତି, ରମେଶ ବେହେରା, ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *