ଅଟୋ ଚାଳକଙ୍କୁ ହତ୍ୟା

ବରଗଡ଼, ୨୦/୦୫/୨୦୨୪ (ଓଡ଼ିଶା ସମାଚାର)- ବରଗଡ଼ରେ ନିର୍ବାଚନ ବେଳେ ହିଂସାକାଣ୍ଡ । ଦିନ ଦ୍ୱିପ୍ରହରରେ ଜଣେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ବରଗଡ଼ ସଦର ଥାନା ସରସରା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ବିଶ୍ୱନାଥ ମିର୍ଦ୍ଧା ( ୩୫ ) । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାକଡରେ ପଡିଥିଲେ ବିଶ୍ୱନାଥ । ଭୋଟ୍ ପାଇଁ କିଛି ଭୋଟରଙ୍କୁ ଧରି ଅଟୋରେ ନେବା ବେଳେ ଗାଁ ମୁଣ୍ଡରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବରଗଡ଼ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବରଗଡ଼ ଏସପି, ଉତ୍ତରାଞ୍ଚଳ ଆଇଜି ପହଞ୍ଚି ଖୋଳତାଡ଼ କରିଛନ୍ତି । ତେବେ ନିର୍ବାଚନୀ ହିଂସା ନୁହେଁ ବରଂ ବ୍ୟକ୍ତିଗତ କାରଣକୁ ନେଇ ହତ୍ୟାକାଣ୍ଡ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *