ଭୁବନେଶ୍ୱର,୧୧/୦୪/୨୦୨୬ (ଓଡ଼ିଶା ସମାଚାର)- ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୁଲିସ ଜଣେ ଯୁବକ ଙ୍କୁ ଗିରଫ କରିଛି। ଭୁବନେଶ୍ୱର ୟୁନିଟ୍ ୬ଅଞ୍ଚଳରୁ କମିଶନରେଟ ପୋଲିସ ସହାୟତାରେ ଇମ୍ରାନ ନାମକ ଯୁବକ ଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏହି ସୂଚନା ଦେଇଛନ୍ତି । ଇମ୍ରାନ ସୋସିଆଲ ମିଡିଆରେ ଦେଶ ବିରୋଧୀ ବିଭିନ୍ନ ପୋଷ୍ଟ କରୁଥିଲା । ମୌଳବାଦୀ ଚିନ୍ତାଧାରା ରଖୁଥିବା ଇମ୍ରାନର ଆତଙ୍କବାଦୀ ଲିଙ୍କ୍ ଥିବା ସୁରାକ୍ ପାଇ ତାକୁ ଗିରଫ କରାଯାଇଛି । ତାର ମୋବାଇଲ , ଲାପଟପ୍ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ ।
ସୂଚନାଥାଉକି, ଦିଲ୍ଲୀରେ କିଛି ଯୁବକ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ସନ୍ଦିଗ୍ଧ ଆତଙ୍କୀ କାର୍ଯ୍ୟକଳାପ ଅଭିଯୋଗରେ ପୋଲିସ ହାତରେ ନୂଆ ତଥ୍ୟ ଲାଗିଛି। ଇମ୍ରାନ ଦେଶ ବିରୁଦ୍ଧରେ ରୀତିମତ ଷଡ଼ଯନ୍ତ୍ର ରଚୁଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଖାଲି ଯେ, ଇମ୍ରାନ କି ତାଙ୍କ ସହ ଆଉ କାହାର ଲିଙ୍କ୍ ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଛି। ୟୁନିଟ୍-୬ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଏହି ଆତଙ୍କୀ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଗିରଫ କରିବା ପରେ ପୁଣି ଓଡ଼ିଶା ଆତଙ୍କବାଦୀଙ୍କର ଏକ ନିରାପଦ ଆଶ୍ରୟସ୍ଥଳ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ସ୍ପେଶାଲ୍ ବ୍ରାଞ୍ଚ ଗିରଫ କରି ସ୍ଥାନୀୟ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରିବା ପରେ ଟ୍ରାନ୍ଜିଟ୍ ରିମାଣ୍ଡରେ ଦିଲ୍ଲୀ ନେଇଯାଇଛି ।
ଏହି ଘଟଣା ପରେ କମିଶନରେଟ୍ ପୁଲିସ ଅଧିକ ସତର୍କ ହୋଇପଡ଼ିଛି । ମିଳିଥିବା ସୂଚନା ମୁତାବକ ଏହି ଯୁବକ ଜଣକ କିଛି ମାସ ହେବ ୟୁନିଟ୍-୬ ଅଞ୍ଚଳର ଏକ ବସ୍ତିରେ ଘରଭଡ଼ା ନେଇ ରହୁଥିଲା । ସେଠାରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ଉତ୍ତେଜକ ସ୍ଲୋଗାନମାନ ପୋଷ୍ଟ କରୁଥିଲା । ଏହା ବାବଦରେ ଯୁବକ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା । ଏହି ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଏଠାରେ ରହି ଏଭଳି ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଥିଲେ ତା’ର ଖୋଳତାଡ଼ କରିବା ଲାଗି ସ୍ପେଶାଲ୍ ବ୍ରାଞ୍ଚ ତାକୁ ଦିଲ୍ଲୀ ନେଇଛି । ତା’ଠାରୁ ଲପ୍ଟପ୍, ମୋବାଇଲ୍ ଜବତ ହୋଇଛି । ଯୁବକଙ୍କ ସମ୍ପର୍କରେ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ କିଛି କହି ନାହାନ୍ତି ।
