କଟକ ସଦର ,୨୦/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ଵ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସୋମବାର ପୂର୍ବାହ୍ନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ସଂସଦୀୟ କ୍ଷେତ୍ରର କଟକ ଉପର ବାଲିଯାତ୍ରା ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ବିକଶିତ ଓଡ଼ିଶା ଗଠନରେ କଟକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।
ଓଡ଼ିଶାକୁ ବିଜେଡ଼ି ସରକାର କେବଳ ମାଫିଆ ମାନଙ୍କୁ ଭେଟି ଦେଇଥିବା ଅଭିଭାଷଣରେ କହିବା ସହିତ ଓଡ଼ିଶାରେ ବିଜେପି ସରକାର ହେବା ସୁନିଶ୍ଚିତ ବୋଲି କହିଥିଲେ। ଏଵଂ ଆସନ୍ତା ଜୁନ୍ ୧୦ ତାରିଖ ରେ ବିଜେପିର ଶପଥଗ୍ରହଣ ଉତ୍ସବକୁ ଯିବାକୁ ନିମନ୍ତ୍ରଣ କରିଥିଲେ। ଏଥିସହିତ ମଞ୍ଚରେ ଉପସ୍ଥିତ ଥିବା କଟକ ଲୋକସଭା ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବ ଓ ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କ ଆଡକୁ ଇଙ୍ଗିତ କରି ପଦ୍ମଫୁଲ ଚିହ୍ନରେ ଵଟମ୍ ଟିପି
ବହୁଳ ମାତ୍ରାରେ ନିର୍ବାଚିତ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ପ୍ରାରମ୍ଭରେ ରାଜ୍ୟ ଵିଜେପି ସଭାପତି ମନମୋହନ ସାମଲ ସ୍ୱ।ଗତ ଭାଷଣ ଦେଇଥିଲେ। ମଞ୍ଚ ରୁ ଓହ୍ଲାଇବା ସମୟରେ ମଞ୍ଚରେ ଥିବା ଓଡ଼ିଆ ସିନେ ଜଗତର ସୁପର ଷ୍ଟାର ସାଂସଦ ଅନୁଭବ ମହାନ୍ତିଙ୍କ ସହିତ କରମର୍ଦନ କରିଥିବା ଏଵଂ ପିଠି ଥାପୁଡେଇ ଯିବା ଦେଖିବାକୁ ମିଳିଥିଲା। ସଭା ମଞ୍ଚରେ ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବର୍ଦ୍ଧିତ କରିଛନ୍ତି। ଏହି ତିନି ପ୍ରତିଭା ହେଲେ ବରିଷ୍ଠା ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ, ବିଶିଷ୍ଟ ଘୋଡ଼ା ନାଚ ଗୁରୁ ଉତ୍ସବ ଦାସ ଓ ଓଡ଼ିଶାରୁ ଅଯୋଧ୍ୟା ବାଇକ ଯାତ୍ରା କରିଥିବା ନିରୋଦ ବେହେରା।
ବିକଶିତ ଓଡ଼ିଶା ଗଠନରେ କଟକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
