ସମ୍ଭାବ୍ୟ ଲଘୁଚାପ କୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କଲେ ଏସଆରସି

ଭୁବନେଶ୍ବର,୨୦/୦୫/୨୦୨୪ (ଓଡ଼ିଶା ସମାଚାର)-  ସମ୍ଭାବ୍ୟ ଲଘୁଚାପ କୁ ଦୃଷ୍ଟିିରେ ରଖି ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ୨୩ରୁ କୁ ମାଛ ଧରିବା ପାଇଁ ସମୁଦ୍ର କୁ ଯିବା ମନା । ଏ ନେଇ ଏସଆରସିଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୨୨ ମେଁରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଝଟକା ପବନର ଗତି ଘଣ୍ଟା ପ୍ରତି ୬୦କିମି ହେବାର ଅନୁମାନ କରାଯାଇଛି। ୨୪ ସକାଳୁ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ସେତେବେଳେ ପବନର ଗତି ଘଣ୍ଟାକୁ ୫୦ରୁ ୬୦ ଓ ସ୍ଥଳ ବିଶେଷରେ ୭୦ କିମି ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୨୩ ତାରିଖ ସକାଳୁ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗର ନଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ୨୩ ପୂର୍ବରୁ କୂଳକୁ ଫେରି ଆସିବାକୁ କୁହାଯାଇଛି।

 

Leave a Reply

Your email address will not be published. Required fields are marked *