ଭୁବନେଶ୍ୱର,୧୭/୦୫/୨୦୨୪ (ଓଡ଼ିଶା ସମାଚାର)- ଗୁରୁବାର ରାତିରେ ନୂଆପଲ୍ଲୀ ମମତାଜ ହାଇସ୍କୁଲ ନିକଟରେ ଥିବା ବିଜେଡି ପାର୍ଟି ଅଫିସ୍ ଉପରକୁ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଗୁରୁବାର ରାତି ପ୍ରାୟ ୧୨ଟାରେ ବାଇକ୍ରେ ଦୁଇଜଣ ଯୁବକ ଆସି ଏହି ବୋମାମାଡ଼ କରିଥିବା କିଛି ସ୍ଥାନୀୟ ଯୁବକ ଦେଖିଥିବା କହିଛନ୍ତି। ବୋମାଟି ପାର୍ଟି ଅଫିସ ଭିତରେ ନପଡ଼ି ଆଗରେ ଥୁଆ ହୋଇଥିବା ବାଇକ୍ ଉପରେ ପଡ଼ିଥିଲା। କୌଣସି ବ୍ୟକ୍ତି ଏଥିରେ ଆହତ ହୋଇ ନଥିବା ବେଳେ ବାଇକ୍ ଟି ଜଳିଯାଇଛି ।
ନୂଆପଲ୍ଲୀ ବିଜେଡି ପାର୍ଟି ଅଫିସ୍ ଉପରକୁ ବୋମାମାଡ଼ ଅଭିଯୋଗ
