ଦଳ ବିରୋଧି କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜେପି ରୁ ୩ ବହିଷ୍କୃତ

ଭୁବନେଶ୍ୱର, ୧୭/୦୫/୨୦୨୪ (ଓଡ଼ିଶା ସମାଚାର)- ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପି ରୁ ବହିଷ୍କୃତ । ଦଳ ବିରୋଧି କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ଦଳରୁ ବହିଷ୍କାର କରାଯାଇଛି । ଦଳର ରାଜ୍ୟ ସଭାପତିଙ୍କ ନିର୍ଦ୍ଧେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଯୋଗ୍ୟ କି ଶ୍ରୀ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡ଼ି ଟିକେଟ ରେ ପାଟକୁରା ବିଧାନସଭା ପାଇଁ ପ୍ରାର୍ଥି ହୋଇଛନ୍ତି । ସେହିପରି ମାହାଙ୍ଗା ର ସାରଦା ପ୍ରଧାନ ଓ ସୋରର ରାକେଶ ମଲିକ ଙ୍କୁ ମଧ୍ୟ ବିଜେପି ଦଳରୁ ବହିଷ୍କୃତ କରାଯାଇଛି । ଏ ଦୁଇଜଣ ବିଜେପି ରୁ ଟିକେଟ ନପାଇ ସ୍ୱାଧିନ ଭାବେ ନାମାଙ୍କନ କରିଛନ୍ତି ।

Leave a Reply

Your email address will not be published. Required fields are marked *