ଅଳ୍ପକେ ବର୍ତିଲେ ଯାତ୍ରୀ ଓ ବସ କର୍ମଚାରୀ
ଜୁନାଗଡ଼ ୦୯/୦୧/୨୦୨୫ (ଓଡ଼ିଶା ସମାଚାର/ ରାକେଶ ବେମାଲ)-ଜୟପୁରରୁ ରାଉରକେଲା ଯାଉଥିବା ବେଳେ ଜୁନାଗଡ଼ ସ୍ଥିତ ଜାତୀୟ ରାଜପଥ ୨୬ ବଲଧିଆମାଲ ଠାରେ ଜଳିଗଲା ଯାତ୍ରୀବାହୀ ବସ ଗୌରବ । ବସ ରେ ଥିବା ଯାତ୍ରୀ ଓ ବସ ଡ୍ରାଇଭର, କଣ୍ଡକ୍ଟର ହେଲପର ସୁରକ୍ଷିତ ଥିବା ଜଣାପଡିଛି । ଅନ୍ୟ ପକ୍ଷରେ କେଉଁ କାରଣରୁ ବସ ରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ୍ତ କରିଥିବା ବେଳେ ବସ ଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବା ଜଣାପଡିଛି ।