ବଜ୍ରପାତରେ ବାପ-ପୁଅ ଙ୍କ ମୃତ୍ୟୁ

କାମାକ୍ଷାନଗର ,୨୬/୦୭/୨୦୨୬ (ଓଡ଼ିଶା ସମାଚାର)- ବିଲରେ ଧାନ ରୋଇବା ବେଳେ ବଜ୍ରପାତ ଘଟି ବାପା, ପୁଅ ଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡା ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତକ ଦୁଇଜଣ ହେଲେ ବାଲିପଡା ଗାଁ ସନ୍ତୋଷ ଦେହୁରୀ ଓ ତାଙ୍କ ପୁଅ ସତ୍ୟନାରାୟଣ ଦେହୁରୀ ।
ଆଜି ଦ୍ୱିପହର ସମୟରେ ସନ୍ତୋଷ ଗାଁ ନିକଟରେ ଥିବା ଗୋରଡିଆ ଜମିକୁ ଧାନ ରୋଇବାକୁ ପୁଅ ସତ୍ୟନାରାୟଣକୁ ସାଙ୍ଗରେ ନେଇ ଯାଇଥିଲେ । ସେଠାରେ ବାପା ଓ ପୁଅ ଧାନ ରୋଇବା ସମୟରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ଉଭୟ ବିଲ ଭିତରେ ଟଳି ପଡ଼ିଥିଲେ । ନିକଟରେ ଥିବା କିଛି ସ୍ଥାନୀୟ ଲୋକ ଏହାଦେଖି ଉଭୟଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତି କରାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପରିବାର ଲୋକ ମେଡିକାଲରେ ପହଂଚିଥିବା ବେଳେ ବଜ୍ରପାତରେ ବାପା ଓ ପୁଅ ଙ୍କ ଏଭଳି ଅକାଳ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *