ଅଗ୍ନୀକାଣ୍ଡରେ ଗୁହାଳ ଓ ଘର ପୋଡ଼ିଗଲା

 ଗରଦପୁର, ୧୭/୮/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ତହସିଲ ଅନ୍ତର୍ଗତ ମାହାଳ ଗ୍ରାମର ଟିକିଆ ମାହାଳିଙ୍କ ଗୁହାଳ ଓ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଗୁହାଳରେ ଥିବା ଗାଈ ବାଛୁରୀ ଓ ଛେଳି ଅଳ୍ପକେ ଉଦ୍ଧାର ହୋଇଥିଲେ ମଧ୍ୟ ଆହତ ହୋଇଛନ୍ତି । ନିଆଁକୁ ଗ୍ରାମବାସୀ ଓ ବାଟୋଇ ପହଂଚି ଆୟତ କରିଥିଲେ ହେଁ ଘରେ ଥିବା ଆସବାବପତ୍ର, ବାସନ କୁସନ , ଧାନ ମୁଗ ବିରି ପୋଡ଼ି ଯାଇଛି । ଖବର ପାଇ ଅଗ୍ନୀଶମ ବାହିନୀ ପହଂଚି ଘଯଣା ସ୍ଥଳକୁ ଯିବାକୁ ରାସ୍ତା ନଥିବାରୁ ପଂଚାୟତ କାର୍ଯ୍ୟାଳୟ ନିକଟରୁ ପାଇପ୍ ପକାଇ ନିଆଁକୁ ଆୟତ କରିଥିଲେ । ଗୁହାଳ ଘରେ ଧୂଆଁ ଦେଇଥିବା ହେତୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ପ୍ରଶାସନ ପକ୍ଷରୁ ସାଯାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *