ଖଲ୍ଲିକୋଟ ହିଂସାକାଣ୍ଡ ଘଟଣା ତଦନ୍ତ ପାଇଁ ଏସଆଇଟି ଗଠିତ

ଭୁବନେଶ୍ୱର,୧୭/୦୫/୨୦୨୪ (ଓଡ଼ିଶା ସମାଚାର)- ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଏସଆଇଟି ଗଠିତ ହେଲା।  ଏସ୍‌ଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ସାଇଣ୍ଟିଫିକ୍‌, ଫୋରେନ୍‌ସିକ୍‌ ଓ ଡିଜିଟାଲ ତଥ୍ୟ ଆଧାରରେ ତଦନ୍ତ କରିବ। ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ। ଏସଆଇଟି ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବ ବୋଲି ଜଣାଯାଇଛି। ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରରେ କ୍ୟାମ୍ପ ଅଫିସ୍ କରି ସେଠାକାର ଆଇନଶୃଙ୍ଖଳା ଉପରେ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଖଲ୍ଲିକୋଟରେ ନିର୍ବାଚନୀ ହିଂସାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ ପକ୍ଷର ୭ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏଯାଏ ଏହି ମାମଲାରେ ୯ଜଣଙ୍କୁ ଗିରଫ କରାଯାଇଛି। ହିଂସା ଘଟିଥିବା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ଯବାନଙ୍କ ଫ୍ଲାଗମାର୍ଚ୍ଚ କରିଛି। ଗାଁର ଗଳିକନ୍ଦିରେ ପୋଲିସ ଓ ଯବାନ ପଇଁତରା ମାରୁଛନ୍ତି ।

Leave a Reply

Your email address will not be published. Required fields are marked *