ଖଲିକୋଟ ହିଂସାକାଣ୍ଡକୁ ନେଇ ଉତେଜନା ବଢୁଛି

ଖଲିକୋଟ, ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଖଲିକୋଟ ହିଂସାକାଣ୍ଡକୁ ନେଇ ଉତେଜନା ବଢୁଛି । ଗତକାଲି ଘଟଣାରେ ଗିରଫ ୮ ଅଭିଯୁକ୍ତଙ୍କୁ ନେଇ ପୋଲିସ ଥାନାରୁ ଯାଉଥିବାବେଳେ,ଉତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଘେରିବା ସହ ଢେଲା ପଥର ଏବଂ ବୋତଲ ମାଡ କରିଛନ୍ତି । ଏଥିରେ ପୋଲିସ ଭ୍ୟାନ କାଚ ଭାଙ୍ଗି ଯାଇଛି । ଜବାବରେ ପୋଲିସ ମଧ୍ୟ ପାଲଟା ଲାଠିଚାର୍ଜ କରିଛି । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ମଧ୍ୟ ଲାଠି ମାଡ଼ କରିଛି । ଖଲ୍ଲିକୋଟ ଥାନା ଆଗରେ ବହୁ ଗାଡ଼ି ଭାଙ୍ଗିଛନ୍ତି ପୋଲିସ କର୍ମଚାରୀ। ଲୋକଙ୍କୁ ପିଟିବା ସହ ରାସ୍ତା କଡ଼ରେ ଥିବା ଗାଡ଼ିକୁ ଭାଙ୍ଗିଛନ୍ତି ଦାୟିତ୍ୱରେ ଥିବା ପୋଲିସ । ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି ସହ ବହୁ ଗାଡ଼ିକୁ ପଥରରେ ଛେଚି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଉତେଜନା ମୂଳକ ସ୍ଥିତି ଦେଖିବାକୁ ମିଳିଛି । ଉତେଜନାକୁ ଦୃଷ୍ଟିରେ ରଖି ଖଲ୍ଲିକୋଟ ଥାନାର ଶହେ ମିଟର ପର୍ୟ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଅନ୍ୟ ପକ୍ଷରେ ୧୦ ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ିକୁ ପୋଲିସ୍ ଭାଙ୍ଗିଥିବା ଅଭିଯୋଗ କରି କ୍ଷତି ପୁୂରଣ ଦାବି କରି ଗଣମାଧ୍ୟମ ପ୍ରତିନିଧିମାନେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାହଣି ହେବାରୁ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଗୁରୁତର ୭ ଜଣ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *