ଓଡ଼ିଶା ଆସୁଛନ୍ତି ପ୍ରଧାନ ବିଚାରପତି

                                                               ଜାତୀୟ ସ୍ତରର ଆଲୋଚନାରେ ଭାଗ ନେବେ

କଟକ, ୧୩/୧୨/୨୦୨୫(ଓଡ଼ିଶା ସମାଚାର)-ଆସନ୍ତା କାଲି ୧୪ ତାରିଖ ରବିବାର ରେ କଟକ ଆସୁଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । କଟକ ସହୀଦ ଭବନ ପରିସରରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରର ଆଲୋଚନାଚକ୍ରରେ ଜଷ୍ଟିସ ସୂର୍ଯ୍ୟକାନ୍ତ ସାମିଲ ହେବେ । “ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି” ସର୍ନ୍ଦଭରେ ପ୍ରଧାନ ବିଚାରପତି ତାଙ୍କର ମତ ପୋଷଣ କରିବେ । ଆଲୋଚନାଚକ୍ରରେ ଓଙ୍ଗÿିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜ୍ମୃିସ ହରିଶ ଟଣ୍ଡନ, ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ଷ୍ଟେଟବାର କାଉନସିଲ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ପ୍ରମୁଖ ଯୋଗ ଦେବେ । ଉକ୍ତ ଦିନ ରାଜ୍ୟର ବରିଷ୍ଠ ଆଇନଜୀବି ଯେଉଁମାନେ ୫୦ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଓକିଲାତି ପେଶାରେ ନିୟୋଜିତ ଅଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।

 

Leave a Reply

Your email address will not be published. Required fields are marked *