ନିରାକାରପୁର,୧୪/୦୫/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗେଟ ବଜାଇ ନିକଟରେ ଆଜି ଅପରାହ୍ନରେ ଏକ ମୟୂର କୁ କିଛି ପାତି ମାଙ୍କଡ ଆକ୍ରମଣ କରି ଗୁରୁତର କରିଦେଇଥିଲେ। ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଗୋଟିଏ ମୟୂର କେଉଁ ଆଡୁ ଆସି ନିରାକାରପୁର ଗେଟ ବଜାଇ ପଛ ପାଖ ରେଳ ଧାରଣ ନିକଟରେ ବୁଲୁ ଥିବାବେଳେ କେତେକ ପାତି ମାଙ୍କଡ ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡି ଥିଲେ। ଏହାକୁ ଦେଖି ସ୍ଥାନୀୟ ଲୋକେ ମାଙ୍କଡ ଙ୍କୁ ଘଉଡ଼ାଇ ମୟୂର ଟିକୁ ଉଦ୍ଧାର କରି ରକ୍ତାକ୍ତ ଅବସ୍ଥାରେ ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟ କୁ ନେଉଥିବାବେଳେ ତାର ମୃତ୍ୟୁ ଘଟିଥିଲା।
ମାଙ୍କଡ କାମୁଡାରେ ମୟୂର ର ମୃତ୍ୟୁ
