- ବିଭିନ୍ନ ଜିଲ୍ଲାରେ ଡିପ ବୋରୱେଲ ସ୍ଥାପନ ପାଇଁ ଟେଣ୍ଡର ପ୍ରସ୍ତାବକୁ ଅନୁମୋଦନ
- ଖାଲି ଥିବା ୨୬୧ ଅଣ ବୈଷୟିକ ଏବଂ ବୈଷୟିକ କର୍ମଚାରୀ ନିଯୁକ୍ତି ହେବେ
- ନିୟମିତ କର୍ମଚାରୀଙ୍କ ସପକ୍ଷରେ ଅତିରିକ୍ତ ୪ ପ୍ରତିଶତ ମହଙ୍ଗା ଭତ୍ତା
ଭୁବନେଶ୍ୱର,୨୫/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ଉଠା ଜଳସେଚନ ନିଗମର ୨୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ (ବୋର୍ଡ ଅଫ୍ ଡାଇରେକ୍ଟର୍ସ ) ବୈଠକ ୨୪ ତାରିଖ ଶୁକ୍ରବାର ଉନ୍ନୟନ କମିଶନରଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏଲ୍ଆଇସିର ଅଧ୍ୟକ୍ଷ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଏଲଆଇସିର ପରିଚାଳନା ନିର୍ଦ୍ଦେଶକ ତଥା ବୋର୍ଡର ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର କରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ବୈଠକରେ ଆଲୋଚନା ପୂର୍ବକ ପରିଷଦ ଦ୍ୱାରା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । କନ୍ଧମାଳ ଜିଲ୍ଲାରେ ୫୦୦ ଟି, ମୟୂରଭଞ୍ଜ ଜିଲ୍ଲାରେ ୬୦୦ ଟି, ଦେବଗଡ଼ ଜିଲ୍ଲାରେ ୩୦୦ଟି , କୋରାପୁଟ ଜିଲ୍ଲାରେ ୭୦୦ ଟି , ନବରଙ୍ଗପୁର ଜିଲ୍ଲାରେ ୧୦୦୦ ଟି ଏବଂ ନୂଆପଡ଼ା ଜିଲ୍ଲାରେ ୧୦୦୦ ସଂଖ୍ୟକ ସୋଲାର ଡିପ୍ ବୋରୱେଲ ସ୍ଥାପନ ପାଇଁ ଟେଣ୍ଡର ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଛି। ଏଥି ସହିତ ମଞ୍ଜୁରୀପ୍ରାପ୍ତ ଖାଲି ପଦବୀରେ ୨୬୧ ଟି ବୈଷୟିକ ଓ ଅଣ ବୈଷୟିକ କର୍ମଚାରୀ ନିଯୁକ୍ତି ପାଇଁ ଅନୁମୋଦନ ସହ ନିଗମର ନିୟମିତ କର୍ମଚାରୀଙ୍କ ସପକ୍ଷରେ ଅତିରିକ୍ତ ୪% ମହଙ୍ଗା ଭତ୍ତା (ଡିଏ)କୁ ମଧ୍ୟ ବୋର୍ଡ ଅନୁମୋଦନ କରିଥିବା ବୈଠକରୁ ଜଣାଯାଇଛି ।
-0-
ପଠାଣି ରାଉତ ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ