ଆଜି ଅନ୍ତିମ ଦିବସରେ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ ।

ଯାଜପୁର, ୧୪/୦୫/୨୦୨୪ (ଓଡ଼ିଶା ସମାଚାର)- ଏକକାଳୀନ ସାଧାରଣ ନିର୍ବାଚନ ଯାଜପୁର ଜିଲା ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଅନ୍ତିମ ଦିବସରେ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ସୁମନ୍ତ ମଲ୍ଳ୍ିକ, ବିଦ୍ୟାଧର ଦଳେଇ, ନରେନ୍ଦ୍ର ମଳିକ, ଭୈରବ ପ୍ରସାଦ ବେହେରା ଏବଂ ମଣ୍ଟୁ ସେଠୀ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ନିକଟରେ ଦାଖଲ କରିଛନ୍ତି । ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବବିତା ମଲ୍ଳ୍ିକ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ନିକଟରେ ଦାଖଲ କରିଛନ୍ତି । ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିମାଇଁ ଚରଣ ରାୟ, ଅଶୋକ କୁମାର ବେହେରା ଏବଂ ଅଜୟ ଧଳ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଉପ-ଜିଲାପାଳ, ଶ୍ରୀମତୀ ମନୋରମା ଜାଲି ଙ୍କ ନିକଟରେ ଦାଖଲ କରିଛନ୍ତି । ୫୦-ବଡଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ମନୋରଂଜନ ଜେନା, ଲକ୍ଷ୍ମୀ ମଲ୍ଳ୍ିକ, ଅଜୟ ଅନୁରାଗ ମହାନ୍ତି, ତରଣୀ ମଲ୍ଳ୍ିକ, ମାନଓ କୁମାର ରାଉତ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ନିକଟରେ ଦାଖଲ କରିବା ସହ ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କାର୍ତିକ ଚନ୍ଦ୍ର ମଲ୍ଳ୍ିକ, ସ୍ମୃତିରେଖା ପହି, ହିମାଂଶୁ ଶେଖର ସାହୁ ଓ ପୁରୁଷୋତମ ବେହେରା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଯାଜପୁର ଙ୍କ ନିକଟରେ ମଧ୍ୟ ଦାଖଲ କରିଚ୍ଥନ୍ତି । ୫୨-ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସୁଜାତା ସାହୁ, ପ୍ରଭାସଜ୍ୟୋତି ମହାନ୍ତି, ଦିଗମ୍ୱର ବେହେରା, ସୁଭାଶିଷ ମହାପାତ୍ର ଏବଂ ୫୩-କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅଟଳ କୁମାର ଜେନା, ତ୍ରିନୟନ ରଥ ଓ ବିନୋଦ ବିହାରୀ ଜେନା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଉପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀଙ୍କ ନିକଟରେ ଦାଖଲ କରିଛନ୍ତି । ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଦୟାଲରତନ ମହାନ୍ତ, ଅଭିମନୁô୍ୟ ରଥ, ଦୀପକ କୁମାର ନାୟକ, ସଂଦୀପ ଚକ୍ର ଓ ରଂଜିତ କୁମାର ଜାମୁଡା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲାପାଳ, କଳିଙ୍ଗ ନଗର ଶ୍ରୀ ଲେଙ୍କଶ୍ୱର ଅମାତଙ୍କ ନିକଟରେ ଦାଖଲ କରିଛନ୍ତି ।
ପ୍ରକାଶ ଥାଉ କି, ଗତ ୭ା୫ା୨୦୨୪ ରିଖ ଠାରୁ ତା ୧୩ା୫ା୨୦୨୪ ରିଖ ପର୍ଯ୍ୟନ୍ତ (୨ ଦିନ ଛୁଟି ଦିବସ ବ୍ୟତୀତ) ୫ ଦିନରେ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ୮ ଜଣ ପ୍ରାର୍ଥୀ , ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ ଜଣ ପ୍ରାର୍ଥୀ, ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୫ ଜଣ ପ୍ରାର୍ଥୀ, ୫୦-ବଡଚଣା ନିର୍ବାଚନ ମଣ୍ଡଳୀ ନିମନ୍ତେ ୬ ଜଣ ପ୍ରାର୍ଥୀ, ୫୧-ଧର୍ମଶାଳା ନିର୍ବାଚନ ମଣ୍ଡଳୀ ନିମନ୍ତେ ୯ ଜଣ ପ୍ରାର୍ଥୀ, ୫୨-ଯାଜପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ୫ ଜଣ ପ୍ରାର୍ଥୀ, ୫୩-କୋରେଇ ନିର୍ବାଚନ ମଣ୍ଡଳୀ ନିମନ୍ତେ ୯ ଜଣ ପ୍ରାର୍ଥୀ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୮୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ ।

Leave a Reply

Your email address will not be published. Required fields are marked *