ସର୍ଟ ସର୍କିଟ ରୁ ଗୁହାଳରେ ନିଆଁ ଲାଗି ଗାଈ ଜୀବନ୍ତ ଦଗ୍ଧ, ଦୁଇ ଗୁରୁତର 

କଟକ ସଦର,୦୭/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ଥ କିଶନନଗର ପଞ୍ଚାୟତ ହୁଲିପୁର ଠାରେ ଲୋକନାଥ ମହାପାତ୍ର ଙ୍କ ଗୁହାଳରେ ଗତକାଲି ସୋମବାର ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ଦୁଇଟି ଗୁରୁତର ଅବସ୍ଥାରେ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଗୁହାଳ ଉପରେ ଅନ୍ୟ ଜଣଙ୍କର ଦୂର୍ବଳ ସର୍ଭିସ୍ ତାର ଜାଇଥିଵା କାରଣରୁ ଏଥିରୁ ସର୍ଟ ସର୍କିଟ ହୋଇଥିବା ଜଣାପଡିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *