କଟକ ସଦରରୁ ନାମାଙ୍କନ ଭରିଲେ ବିଜେଡ଼ି ଓ ବିଜେପି ବିଧାୟକ ପ୍ରାର୍ଥୀ 

କଟକ ସଦର , ୦୩/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ୯୩ ନମ୍ବର ସଂରକ୍ଷିତ ବିଧାନ ସଭା ଆସନ ପାଇଁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ଚନ୍ଦ୍ର ସାରଥି ବେହେରା ଓ ବିଜେପି ଵିଧାୟକ ପ୍ରାର୍ଥୀ ଭାବେ ପ୍ରକାଶ ଚନ୍ଦ୍ର ସେଠୀ ଆଜି ଶୁକ୍ରବାର ପୂର୍ବାହ୍ନ ଓ ଅପରାହ୍ନରେ ସେମାନଙ୍କ ର ନାମାଙ୍କନ କଟକ ସଦର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି। ଉଭୟ ପ୍ରାର୍ଥୀ ବିରାଟ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲେ। ଉଭୟ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କ ଏହି ପାଟ ପଟୁଆର ଶୋଭାଯାତ୍ରା କାହାର ଯେପରି କମତି ନଥିବା ବେଳେ ଆଜିର ଏହି ଶକ୍ତି ପ୍ରଦର୍ଶନ ଆଗାମୀ ଦିନରେ ନିର୍ବାଚନ ପ୍ରତିଦ୍ବନ୍ଦିତାକୁ ଆହୁରି ଯୋରଦାର କରିବ ବୋଲି ଜଣାପଡିଛି। ସେହିପରି ବିଜେପି ର କଟକ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଭର୍ତୃହରି ମହତାବ ନିରାଡମ୍ବର ଭାବେ ଯାଇଁ କଟକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଶୋଭାଯାତ୍ରାରେ ଯାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *