ନେମାଳ ଠାରେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ସାଙ୍ଗଠନିକ ବୈଠକ

କଟକ ସଦର,୧୬/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଗତ ସାଧାରଣ ନିର୍ବାଚନରେ ପରାଜୟ ବରଣ କରିବା ପରଠାରୁ ନିର୍ବାଚନ ମଣ୍ଡଳୀ ଠାରୁ ଏକପ୍ରକାର ଦୂରେଇ ଯାଇଥିଲେ। ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ଏଭଳି ସ୍ଥିତିରେ ଆଜି ସୋମବାର ଦିନ ଚନ୍ଦ୍ର ସାରଥି ନେମାଳ ଠାରେ ଏକ କର୍ମୀ ବୈଠକରେ ଯୋଗଦେଇ ସ୍ଥାନୀୟ ସମସ୍ୟା ସହିତ ବିଜେଡ଼ି ସଂଗଠନ କୁ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଧବାନନ୍ଦ ଦାସ, ବିମଳ କୁମାର ଦାସ,ଅଖତର ଅଲ୍ଲୀ, ଶତୃଘ୍ନ ଦାସ, କାବୁଲି ସାହୁ, ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିପାଇଁ ଆଶାଶୂନ୍ୟ ହୋଇଥିବା କର୍ମୀ ମାନଙ୍କ ମଧ୍ୟରେ ଆଶା ସଂଚାର ହୋଇଛି।

 

Leave a Reply

Your email address will not be published. Required fields are marked *