ପାରାଦୀପ ୧୬/୧୨/୨୦୨୫ (ଓଡ଼ିଶା ସମାଚାର)- ଶିଳ୍ପାଞ୍ଚଳର ସ୍ଥାନୀୟ ଆପାତକାଳୀନ ସଭା ୧୫ ଡିସେମ୍ବର ୨୦୨୫ ତାରିଖରେ ପାରାଦୀପ ସର୍କିଟ୍ ହାଉସ୍,ରେ ଅନୁଷ୍ଠିତ ହୋଇଯାଇଅଛି। ୨୦୧୮ ପରେ ଏହି ସଭା ପ୍ରଥମ ଥର ପାଇଁ ଅନୁଷ୍ଠିତ କରାଯାଇଅଛି।
ଅତିରିକ୍ତ ଜିଲ୍ଲାପାଳ , ପାରାଦୀପ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହି ସଭାରେ ସଦସ୍ୟ ସଚିବ, LCG ଓ ସହ ନିର୍ଦ୍ଦେଶକ, କାରଖାନା ଏବଂ ବାଷ୍ପୀତ୍ର (ADFB), ଶ୍ରୀ ଚନ୍ଦ୍ର ଶେଖର ବେହେରା, ଶ୍ରୀ ମନୋଜ କୁମାର ପଣ୍ଡା, ଉପ-ନିର୍ଦ୍ଦେଶକ, କାରଖାନା ଏବଂ ବାଷ୍ପୀତ୍ର, କଟକ ଡିଭିଜନ, ଶ୍ରୀ ଅଭିଷେକ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ, ପାରାଦୀପ ପୌରପାଳିକା, ବିଜୁ ମେମୋରିଆଲ୍ ହସ୍ପିଟାଲର ଡାକ୍ତର, କୁଜଙ୍ଗ ଅଗ୍ନିଶମ କେନ୍ଦ୍ରର ଷ୍ଟେସନ୍ ଅଫିସର, ୯ଟି MAH କାରଖାନାର ପ୍ରତିନିଧିମାନେ ଏବଂ ୦୭ଟି (2CB) କାରଖାନାର ପ୍ରତିନିଧିମାନଙ୍କ ସହ ଅନ୍ୟାନ୍ୟ ସ୍ଥIନୀୟ ଆପାତକାଳୀନ LCG ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ସଭାର ଉଦ୍ଦେଶ୍ୟକୁ ପାୱାର ପଏଣ୍ଟ ପ୍ରେଜେନ୍ଟେସନ୍ (PPT) ମାଧ୍ୟମରେ ଉପସ୍ଥାପନ କରାଯାଇ, ଜିଲ୍ଲା ସ୍ତରର ଆପତ୍କାଳୀନ ପ୍ରସ୍ତୁତିକୁ ମଜବୁତ କରିବା, ରସାୟନିକ ଶିଳ୍ପ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ଏବଂ ସମସ୍ତ ସଂପୃକ୍ତ ପକ୍ଷମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ସଭାର ଆରମ୍ଭ ରେ ସହ ନିର୍ଦ୍ଦେଶକ, କାରଖାନା ଏବଂ ବାଷ୍ପୀତ୍ର, ପାରାଦୀପ ଜୋନ୍ର- ଏବଂ -ସଦସ୍ୟ ସଚିବ, ସ୍ୱାଗତ ଅଭିଭାଷଣ ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ ଓ ସ୍ଥାନୀୟ ଆପାତକାଳୀନ ଅଧ୍ୟକ୍ଷଙ୍କ ପ୍ରାରମ୍ଭିକ ଅଭିଭାଷଣ ସହ କଟକ ଡିଭିଜନର ଉପ-ନିର୍ଦ୍ଦେଶକ, କାରଖାନା ଏବଂ ବାଷ୍ପୀତ୍ର, ଦ୍ୱାରା ମୁଖ୍ୟ ବକ୍ତବ୍ୟ ପ୍ରଦାନ କରାଯାଇଥିଲା। ସହ ନିର୍ଦ୍ଦେଶକ, କାରଖାନା ଏବଂ ବଏଲର୍, ପାରାଦୀପ ଜୋନ୍-କମ୍-ସଦସ୍ୟ ସଚିବ, LCG ଦ୍ୱାରା ସ୍ଥାନୀୟ ସଂକଟ ଗୋଷ୍ଠୀର ଉଦ୍ଦେଶ୍ୟ ଓ ଭୂମିକା ବିଷୟରେ ଏକ ପ୍ରସ୍ତୁତିକରଣ କରାଯାଇଥିଲା। ଏବଂ ଏହି ସଭାରେ ତିନିଟି MAH କାରଖାନା (IFFCO, PPL ଓ IOCL ରିଫାଇନେରୀ) ଏବଂ ଗୋଟିଏ (2CB) କାରଖାନା (AMNS) ନିଜ-ନିଜ କାରଖାନାର ବିପଦ ପୁର୍ନ ପରିସ୍ଥିତି (Hazard Scenario) ଓ ନିବାରଣ ବ୍ୟବସ୍ଥା (Mitigation Facilities) ସମ୍ପର୍କରେ ପ୍ରସ୍ତୁତିକରଣ କରିଥିଲେ।ପରେ ଅଧ୍ୟକ୍ଷଙ୍କ ଅନୁମତି ସହ LCG ସମ୍ପର୍କିତ ବିଭିନ୍ନ ବିଷୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସଦସ୍ୟମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।ସଭାର ଶେଷରେ ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ ସମସ୍ତ ସ୍ଥାନୀୟ ଆପାତକାଳୀନ ଗୋଷ୍ଠୀର (LCG) ସଦସ୍ୟମାନଙ୍କୁ ସଭାରେ ଆଲୋଚିତ ବିଷୟଗୁଡ଼ିକ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଅପାତକାଳୀନ ପ୍ରସ୍ତୁତି ଓ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସଭାର ସମାପ୍ତି ଶ୍ରୀ ଆର୍. କେ. ସ୍ୱାଇଁ, ମୁଖ୍ୟ ସୁରକ୍ଷା ଅଧିକାରୀ, IFFCOଙ୍କ ଦ୍ୱାରା ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
