ଶତାଧିକ ମହିଳାଙ୍କ ସହ ବିଜେପିରେ ସାମିଲ ହେଲେ ସମାଜସେବୀ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର, ୦୩/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଜଣାଶୁଣା ନେତ୍ରୀ ତଥା ବିଶିଷ୍ଟ ସମାଜସେବୀ ଶ୍ରଦ୍ଧାଞ୍ଜଳୀ ରାୟଙ୍କ ସମେତ ତାଙ୍କ ଶତାଧିକ ସମର୍ଥକ ଭାରତୀୟ ଜନତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଗୁରୁବାର ଦିନ ଭାରତୀୟ ଜନତା ଦଳର ରାଜ୍ୟ କାର୍ୟ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପପତି ରଞ୍ଜିତାଭ ମହାନ୍ତି, ଇଂ. ପ୍ରିୟବ୍ରତ ବିଶ୍ବାଳ, ସମାଜସେବୀ ଲଳିତ ମଞ୍ଜରୀ ବେହେରା, ବେବିରାଣୀ ଦାସ, ନାରୀନେତ୍ରୀ ଦୀପ୍ତି ମୟୀ ଦାସ, ରିତା ରାଣୀ ମିଶ୍ର, ଅନୁପମା ପଣ୍ଡା, ଗୌତମୀ ଦାସ, ଶୁଭଲକ୍ଷ୍ମୀ ଦାସ ପ୍ରମୁଖ ନେତୃବୃନ୍ଦ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଭାରତୀୟ ଜନତା ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ଗୁରୁବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ଭାରତୀୟ ଜନତା ଦଳର ରାଜ୍ୟ ସଭାପତି ମନ ମୋହନ ସାମଲ, ଧାମନଗର ପୂର୍ବତନ ବିଧାୟକ ରାଜୁ ଦାସ, ରାଜ୍ୟ ମିଡ଼ିଆ ସେଲର ମୁଖ୍ୟ ପ୍ରବକ୍ତା ସଜ୍ଜନ ସର୍ମାଙ୍କ ସମେତ ବହୁ ଦଳିୟ ପଦାଧିକାରୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଶ୍ରୀମତୀ ରାୟ ଭାରତୀୟ ଜନତା ଦଳରେ ସାମିଲ ହେବା ପୁର୍ବରୁ ବିଜୁ ଜନତା ଦଳର ପ୍ରମୁଖ ଏବଂ ଆଗ ଧାଡିର ନେତ୍ରୀ ଏପରିକି ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ ସଭାନେତ୍ରୀ ଥିଲେ।

Leave a Reply

Your email address will not be published. Required fields are marked *