ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ବିଜେପିରେ ସାମିଲ ହେବେ ଆସନ୍ତାକାଲି

କଟକ ସଦର ୧୧/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା  ଚୌଦ୍ୱାର- କଟକର ବିଜେଡିରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଆସନ୍ତା କାଲି ରବିବାର ଦିନ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବାକୁ ଯାଉଥିବା ଜଣାପଡିଛି। ଏଥିପାଇଁ କଟକ ସଦର ରୁ ଚୌଦ୍ୱାର – କଟକ ପର୍ଯ୍ୟନ୍ତ ପ୍ରଭାତଙ୍କର ପାରମ୍ପରିକ ପ୍ରତିଦ୍ବନ୍ଦି ଥିବା ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି ଙ୍କ ଛାତି ଧଡ଼ଧଡ ହେଉଥିବା ଚର୍ଚ୍ଚା ହେଉଛି। ବିଜେପି ରେ ସାମିଲ ହୋଇ ପ୍ରଭାତ ଓ ତାଙ୍କ ବିଧାୟକ ପୁଅ ସୌଭିକ୍ ବିଶ୍ୱ।ଳ ଟିକେଟ ଝାମ୍ପି ନେଵା ଏକ ପ୍ରକାର ଥୟ ହୋଇଥିବା ବେଳେ ନୟନ ଓ କେଏମସି ସହିତ ଚୌଦ୍ୱାର ପୌର ନିର୍ବାଚନ ପାଇଁ ଆଶା ବାନ୍ଧିଥିବା ସମର୍ଥକ ମାନେ ନିରାଶା ହେବା ସମ୍ଭାବନା ଅଧିକ ରହିଛି।

ଏଥିପାଇଁ ଚୌଦ୍ୱାର – କଟକ ର ବିଜେଡ଼ି ନେତା ମାନଙ୍କୁ ଦଳଛାଡି ନଯିଵା ପାଇଁ ଖୋଦ୍ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ ବରିଷ୍ଠ ନେତାମାନେ ଆପ୍ରାଣ ଉଦ୍ୟମ ଆରମ୍ଭ କରିଥିବା ବେଳେ ତାହା ବୋଲ ମାନୁନଥିଵା ଜଣାପଡିଛି।ପ୍ରଭାତଙ୍କ ପଛରେ ପୂର୍ବରୁ ତାଙ୍କର କଟର ବିରୋଧି ଥିବା କଟକ ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ରାଜ୍ୟସଭା ସାଂସଦ ଦିଲ୍ଲିପ ରାୟଙ୍କର ପ୍ରଛନ୍ନ ହାତ ଥିବା ଶୁଣାଯାଉଛି। ବାପା ପ୍ରଭାତ ଆସନ୍ତା କାଲି ମିଶିଵା ପୂର୍ବରୁ ବିଜେଡ଼ି ରୁ ନିଲମ୍ବିତ ବିଧାୟକ ପୁଅ ସୌଭିକ ଆଜି ଶନିବାର ଦିନ ଅଚାନକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଯୋଗାଡ଼ ଯନ୍ତ୍ରରେ ଲାଗିପଡିଥିବା ଜଣାଯାଇଛି। ହେଲେ ଚୌଦ୍ୱାର -କଟକରେ ବିଜେପି ବିଜେଡ଼ି ର ରାଜନୀତି ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *