ଏ.ଆଇ.ଟି.ୟୁ.ସି.ପକ୍ଷରୁ ମଇ ଦିବସରେ ଆଲୋଚନାଚକ୍ର

ଐକବଦ୍ଧ ସଂଗ୍ରାମ ପାଇଁ ଆହ୍ୱାନ

କେନ୍ଦ୍ରାପଡ଼ା,୦୨/୦୫/୨୦୨୪ (ଓଡ଼ିଶା ସମାଚାର)- ମଇଁ ପହିଲା ହେଉଛି ବିଶ୍ୱ ଶ୍ରମଜୀବୀ ଜନତାର ଅଧିକାର ଓ ମହୋତ୍ସବର ଦିବସ । ଏହି ଦିନଟି ଶ୍ରମିକ ଶ୍ରେଣୀକୁ ନିଜର ଅଧିକାର ଓ ବିଶ୍ୱବ୍ୟାପୀ ଜୟଯାତ୍ରା ପଥରେ ଥିବା ଗୌରବମୟ ଇତିହାସ ସମ୍ପର୍କରେ ସ୍ମରଣ କରାଇ ଦେଇଥାଏ । ବିଶେଷକରି ନୂତନ ଶ୍ରମକୋଡ ପ୍ରଚଳନ ପରେ ଦୀର୍ଘ ଲଢେଇ ଫଳରେ ଭାରତବର୍ଷର ଶ୍ରମିକମାନେ ହାସଲ କରିଥିବା ଯତକିି ଅଧିକାରକୁ କେନ୍ଦ୍ର ସରକାର ମାଲିକ ଶ୍ରେଣୀ ହାତରେ ସମର୍ପି ଦେଇଛନ୍ତି ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ବିପନ୍ନ କରିଛନ୍ତି ବୋଲି ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଅଖିଳ ଭାରତ ଶ୍ରମିକ ସଂଘ ଜିଲା କମିଟି ଆନୁକୂଲ୍ୟରେ ସହର ଉପକଣ୍ଠ ଗୋପସ୍ଥିତ ଶିକ୍ଷା ଓ ସମ୍ଭାବନା ସଭାଗୃହରେ ଆୟୋଜିତ “ନୂତନ ଶ୍ରମକୋଡ ଓ ଶ୍ରମିକ ଅଧିକାର’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଆଲୋଚକମାନେ ମତ ପ୍ରକାଶ କରିବା ସହ ଏହା ବିରୁଦ୍ଧରେ ଶ୍ରମିକ ଶ୍ରେଣୀର ଐକବଦ୍ଧ ସଂଗ୍ରାମ ନିମନ୍ତେ ଆହ୍ୱାନ ଦେଇଛନ୍ତି । ସଂଗଠନର ଜିଲା ସଂପାଦକ ବିକାଶ ଚନ୍ଦ୍ର ବେଉରାଙ୍କ ପରିଚାଳନାରେ ହୋଇଥିବା ଏହି ଆଲୋଚନାଚକ୍ରରେ ବିଶିଷ୍ଟ ପ୍ରଗତିଶୀଳ ସାହିତି୍ୟକ ନିରାକାର ଦାସ ମୁଖ୍ୟ ଆଲୋଚକ ଓ ଶିକ୍ଷକନେତା ଅଧ୍ୟାପକ ଅଜୟ ସାମଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସିପିଆଇ ଜିଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ସହସମ୍ପାଦକ ଆଦିକନ୍ଦ ରାଉଳ, ଶିକ୍ଷା ଓ ସମ୍ଭାବନା ପରିଚାଳକ ପ୍ରଶାନ୍ତ ସାମନ୍ତରାୟ, ଗାଳ୍ପିକା ଅବନ୍ତୀ ବେହେରା, ଡ. ରମେଶ ଚନ୍ଦ୍ର ନାୟକ, ସମାଜସେବୀ ରଣଧୀର ଜେନା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସୀତାକାନ୍ତ ନାୟକ ଉଦଘାଟନୀ ସଂଗୀତ ଗାନ କରିଥିଲେ ଓ ମାଳତୀ ବେହେରା ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତି୍ୟକ କରୁଣାକର ଦାସ, ଶରତ କୁମାର ରାଉତ, ଅକ୍ଷୟ ମଲିକ, ନନ୍ଦିନୀ ସ୍ୱାଇଁ, ଭଜହରି ପ୍ରଧାନ, ନିରଞ୍ଜନ ଦାସ, ଜୟନ୍ତୀ ବାରିକ ପ୍ରମୁଖ ଶତାଧିକ ଶ୍ରମିକ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *