ଆଳିଜଙ୍ଗା ଶ୍ରୀ ଶ୍ରୀ ମହାବୀରଙ୍କ ଏକାଦଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ

ଗରଦପୁର, ୧୦/୦୫/୨୦୨୪ (ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଆଳିଜଙ୍ଗା ଗ୍ରାମର ପୁରାଣ ବର୍ଣ୍ଣିତ ଅଶୁରଖୋଳା ତଟସ୍ଥ ଶ୍ରୀ ରାଧାକୃଷ୍ଣ ଜୀଉ ଓ ମହାବୀର ଙ୍କ ପୀଠରେ ଏକାଦଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଚତୁର୍ଥ ପ୍ରହର ନାମ ଯଜ୍ଞ ଗୁରୁବାର ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଗୁରୁବାର ଅଙ୍କୁରାରୋପଣ ହୋଇଥିଲା । ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟା ଦିନ ସକାଳେ ଗ୍ରାମର ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ମାନେ ପବିତ୍ର ଚିତ୍ରୋପôଳା ନଦୀ କିର୍ତିଜାରୀ ଘାଟରେ ପୂଜାର୍ଚ୍ଚନା କରି ୧୦୮ କଳସ ଜଳ ଆଣି ଏକ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ବିଭିନ୍ନ ଦିବସରେ ସୂର୍ଯ୍ୟପୂଜା, ଗୁରୁ ଗୋବିନ୍ଦ ପୂଜା, ପାଶ୍ୱର୍ ଦେବତା ପୂଜା, ଧରିତ୍ରୀ ପୂଜା, ହନୁମାନ ଜୀଉଙ୍କ ଶହସ୍ରାଭିଷେକ ସ୍ନାନ, ଘୃତାହୂତି, ଶ୍ରୀ ରାମ ଶହସ୍ରାର୍ଚ୍ଚନା, ଶ୍ରୀ ଶ୍ରୀ ଜଗବତ୍ ଗୀତା ୭୦୦ ଆହୂତି ଆଦି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୨ ତାରିଖ ରବିବାର ସନ୍ଧ୍ୟାରେ ପୂର୍ଣ୍ଣାହୂତି ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *