ବୋଷ୍ଟନ ଠାରେ ଓଡ଼ିଶା ଷ୍ଟାର୍ଟଅପ୍‌ ର ସଫଳତା

ଭୁବନେଶ୍ୱର, ୦୨/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସଂପ୍ରତି ଆମେରିକାର ବୋଷ୍ଟନ ର ନର୍ଥ ଇଷ୍ଟର୍ଣ୍ଣ ୟୁନିଭର୍‌ସିଟି ଠାରେ ଅନୁଷ୍ଠିତ ହୋଇଥିବା ଷ୍ଟାର୍ଟଅପ୍‌ ପ୍ରତିଯୋଗିତା ପ୍ରଦର୍ଶନ ଓ ତତ୍‌ ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା ଷ୍ଟାର୍ଟଅପ୍‌ କୃତିତ୍ୱ ଅର୍ଜନ କରିଛି । ଓଡ଼ିଶା ଷ୍ଟାର୍ଟଅପ୍‌ ଦ୍ୱାରା ସ୍ୱୀକୃତ ତଥା ଓଡ଼ିଶା ଷ୍ଟାର୍ଟଅପ୍‌ ଦ୍ୱାରା ପୁରସ୍କୃତ ନିଉ ରୂପ ଟେକ୍‌ସଲୁ୍ୟସନ୍‌ କମ୍ପାନୀର ପ୍ରତିଷ୍ଠାତା ଶ୍ରୀ ଅନୁପ ପାଇକରାୟଏହି ସଫଳତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ବୋଷ୍ଟନ ଠାରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ଷ୍ଟାର୍ଟଅପ୍‌ପ୍ରତିଯୋଗିତା ପ୍ରଦର୍ଶନରେ ପ୍ରାୟ ୧୦ ଗୋଟି ବିଶ୍ୱବିଦ୍ୟାଳୟ ଭାଗ ନେଇଥିଲାବେଳେ ଓୟୁଟିଆର୍‌ (ଓଡ଼ିଶା ୟୁନିଭରସିଟି ଅଫ୍‌ ଟେକ୍‌ନୋଲୋଜି ଆଣ୍ଡ ରିସର୍ଚ୍ଚ)ର ଛାତ୍ର ଶ୍ରୀଅନୁପ ପାଇକରାୟଏକମାତ୍ର ଭାରତୀୟ ଛାତ୍ର ଭାବେ କୃତିତ୍ୱ ଅର୍ଜନକରି ନିଜ ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶା ଷ୍ଟାର୍ଟଅପ୍‌ ପାଇଁ ବେଶ୍‌ ସଫଳତା ଓ ଗୌରବ ଆଣି ଦେଇଛନ୍ତି । ପୁରସ୍କୃତ ହେବା ସମୟରେ ଶ୍ରୀ ପାଇକରାୟ ଭାରତର ଜାତୀୟ ପତାକା ଉଡ଼ାଇ ବିଶ୍ୱସ୍ତରରେ ଭାରତ ମାଟିକୁ ସମ୍ମାନିତ କରିଥିଲେ । ପୁରସ୍କାର ବାବଦରେ ସେ ୨ ଲକ୍ଷଟଙ୍କା ଓ ଟ୍ରଫି ଉପଲବ୍ଧି କରିଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ପ୍ରଦର୍ଶନ ପ୍ରତିଯୋଗିତାରେ ହାଭାର୍ଡ ୟୁନିଭରସିଟି, ଏମ୍‌.ଆଇ.ଟି (ଆମେରିକା), ଟଫସ୍‌ ୟୁନିଭରସିଟି, ବୋଷ୍ଟନ ୟୁନିଭରସିଟି, ବେଣ୍ଟଲି ୟୁନିଭରସିଟି, େୱଷ୍ଟୱର୍ଥ ଇନ୍‌ଷ୍ଟିଚୁ୍ୟଟ୍‌ଅଫ୍‌ ଟେକ୍‌ନୋଲୋଜି, ଇମର୍‌ସନ୍‌ କଲେଜ ଆଦି ୧୦ ଗୋଟି ବିଶ୍ୱବିଦ୍ୟାଳୟର ଷ୍ଟାର୍ଟଅପ୍‌ ଛାତ୍ର ଅଂଶଗ୍ରହଣ କରିଥିଲେ ।

ଶ୍ରୀ ପାଇକରାୟ ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ ନିଜର ପ୍ରକଳ୍ପ ପାଇଁ ମଧ୍ୟ ପୁରସ୍କୃତ

ହୋଇ ସାରିଛନ୍ତି ।ଓଡ଼ିଶା ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ ଇ ବିଭାଗ ଦ୍ୱାରା ପ୍ରାୟୋଜିତ ଷ୍ଟାର୍ଟଅପ୍‌ଉତ୍ସବରେ ଶ୍ରେଷ୍ଠ ଷ୍ଟାର୍ଟଅପ୍‌ ଛାତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହା ବ୍ୟତୀତ ଗୀତମ୍‌ ୟୁନିଭରସିଟି, ହାଇଦ୍ରାବାଦ୍‌, ଗ୍ରୀନ୍‌ ବେଙ୍ଗଲ ଇନୋଭେସନ୍‌କଣ୍ଟେଷ୍ଟ, ୩-ଏମ୍‌ ୟୁଙ୍ଗ୍‌ ଇନୋଭେଟର, ତାଲ୍‌ଆଦି ସମ୍ମାନ ଲାଭ କରିଛନ୍ତି । ଅନୁପଙ୍କ ପ୍ରକଳ୍ପ ମୁଖ୍ୟତଃ ଆଫି୍ରକାର ଗ୍ରାମାଞ୍ଚଳରେ ରହିଥିବା ୫୦ କୋଟି ମହିଳାଙ୍କ ଜୀବନର ମାନରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ । ପ୍ରକଳ୍ପ ଚୁଲିଭ୍‌ ବିଶ୍ୱର ପ୍ରଥମ ଅଟୋମେଟିକ୍‌ ଏୟାର ବ୍ଲୋୟର୍‌ ମାତ୍ର ୫୦୦ ଟଙ୍କାରେ ମାଟି ଚୁଲିରେ ଆସୁଥିବା ଧୂଆଁକୁ ହ୍ରାସକରି ମହିଳାମାନଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ବର୍ଷ ଆପାତତଃ ୨୦ ଲକ୍ଷ ମହିଳାଙ୍କର ଚୁଲିରୁ ନିର୍ଗମନ ଧୂମ୍ର ଜନିତ ମୃତୁ୍ୟ ଘଟେ । ଅନୁପଙ୍କର ଚୁଲିଭ୍‌ ଏହି ସମସ୍ୟାକୁ ଦୂରେଇ ଦେବାରେ ଯଥେଷ୍ଟ ସହାୟକ ହେବ । ଶ୍ରୀ ପାଇକରାୟଙ୍କ କୃତିତ୍ୱ ଓଡ଼ିଶାର ଷ୍ଟାର୍ଟଅପ୍‌ କୁ ଅଧିକରୁ ଅଧିକ ଊଦ୍ଧ୍ୱର୍ଗାମୀ କରିବା ସହ ଶହଶହ ଛାତ୍ରଙ୍କୁ ପ୍ରେରଣା ଯୋଗାଇବ ।

Leave a Reply

Your email address will not be published. Required fields are marked *