କଟକ, ୦୭/୧୨/୨୦୨୫(ଓଡ଼ିଶା ସମାଚାର)-ଆସନ୍ତା ୧୩ ତାରିଖ ଦିନ କଟକ ଜିଲା ଆଇନସେବା ପ୍ରାଧୀକରଣ ଓ ସମସ୍ତ ତାଲୁକ ଆଇନସେବା କମିଟି ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରାଧୀନ ମକୋଦ୍ଧମା ଯଥା ମୋଟରଜନିତ ଦୁର୍ଘଟଣା, ଶ୍ରମ ବିବାଦ, ଜମି ଅଧିଗ୍ରହଣ, କ୍ଷତିପୂରଣ, ପାରିବାରିକ, ଚେକ ବାଉନ୍ସ, ଦେୱାନି ଓ ଫୌଜଦାରୀ ଇତ୍ୟାଦି ମାମଲା ର ଆପୋସ ସହମତିରେ ସମାଧାନ କରାଯାଇପାରିବ । ଲୋକ ଅଦାଲତରେ ମୋକଦ୍ଧମା/ବିବାଦ ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ । ଲୋକ ଅଦାଲତର ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ।
ଆସନ୍ତା ୧୩ ରେ ରାଷ୍ଟ୍ରୀୟ ଲୋକ ଅଦାଲତ
