କଳ୍ପନା ଜଳ୍ପନା ର ଅନ୍ତ: ଶତାଧିକ ସମର୍ଥକଙ୍କୁ ନେଇ ଶଂଖ ଭବନରେ ଶଂଖ ଧରିଲେ ସତ୍ୟ ଜେନା 

କଟକ ସଦର, ୦୨/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ରାଜ୍ୟର ଜଣେ ଜଣାଶୁଣା ସଂଗଠକ ତଥା କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ଆଜି ଗୁରୁବାର ଦିନ ଭୂଵନେଶ୍ୱରରେ ଥିବା ଶଂଖ ଭବନରେ ତାଙ୍କର ଶତାଧିକ ସମର୍ଥକଙ୍କୁ ନେଇ ବିଜେଡିରେ ଯୋଗ ଦେଇଥିବା ବେଳେ କିଛି ଦିନ ହେଲା ଲାଗି ରହିଥିବା କଳ୍ପନା ଜଳ୍ପନା ର ଅବସାନ ଘଟିଛି।ଏ ସମ୍ପର୍କରେ ” ଓଡ଼ିଶା ସମାଚାର ” ରେ ପୂର୍ବରୁ ଦୁଇଥର ବିସ୍ତ୍ରୁତ ଖଵର ପ୍ରକାଶ ପାଇଥିଲା ବେଳେ ତାହା ଆଜି ଶତ ପ୍ରମାଣିତ ହୋଇଛି। ଆଜିର ଏହି ମିଶ୍ରଣ ପର୍ବରେ ବିଜେଡ଼ି ରାଜ୍ୟ ମୁଖ୍ୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର, କଟକ ସଦର ବିଧାୟକ ତଥା ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରା, ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ପ୍ରିୟବ୍ରତ ମାଝି ପ୍ରମୁଖ ଉପସ୍ଥିତ ରହି ସତ୍ୟ ଜେନା ଓ ଅନ୍ୟ ଜଣେ ନାରୀ ନେତ୍ରୀ ଅନ୍ନପୂର୍ଣ୍ଣା ସାହୁଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଜେଡ଼ି ରେ ସାମିଲ କରାଗଲା ଵୋଲି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *