କଟକ ସଦର,୧୮/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଅଞ୍ଚଳକୁ ମହାନଦୀର ଶାଖା ପାଇକାର ବନ୍ୟା ଦାଉରୁ ରକ୍ଷା କରିବାକୁ ଓଡିଶାର ପ୍ରଥମ ରାଜଵନ୍ଦୀ ପୂର୍ବତନ ମନ୍ତ୍ରୀ ସର୍ବୋପରି କିଶନନଗର ଅଞ୍ଚଳର ଗାନ୍ଧୀ ଭାବେ ପରିଚିତ ଥିବା ସ୍ୱର୍ଗତ ରାଜକୃଷ୍ଣ ବୋଷ ଆୟତପୁର ଠାରେ ପାଇକା ନଦୀ ମୁହାଣକୁ ବନ୍ଦ କରିଥିଲେ। ସେବେ ଠାରୁ ଏହି ନଦୀ ମୃତ ପାଇକା ବା ସୁକ ପାଇକା ନାମରେ ପରିଚିତ ଥିଲା । ହେଲେ ଦୀର୍ଘ ବର୍ଷ ପରେ ଆବଶ୍ୟକତା ଦୃଷ୍ଟିରୁ ଜାତୀୟ ଗ୍ରୀନ୍ ଟ୍ରିଵ୍ୟୁନାଲ ଙ୍କ ହସ୍ତକ୍ଷେପ ଫଳରେ ଏଵେ ଆୟତପୁର ଠାରେ ମୁହାଣ ଖୋଳାଯିଵା ସହିତ ଆୟତପୁର ଠାରୁ କମରପଦା, କମରପଦା ଠାରୁ ଅଇନିପୁର ଓ ଅଇନିପୁର ଠାରୁ ଵାଙ୍କଳ ପର୍ଯ୍ୟନ୍ତ ତିନୋଟି ପ୍ୟାକେଜରେ ମୃତ ପାଇକା ନଦୀ ଭିତରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ୨୦ ମିଟର ଓସାରର କେନାଲ ଖନନ କାର୍ଯ୍ୟ ଜେସିଵି ସାହାଯ୍ୟରେ ଆରମ୍ଭ ହୋଇଥିବା ଜଣାପଡିଛି। ହେଲେ ଏହି କେନାଲ ବନ୍ଧ କେଵଳ ସେହି ବାଲିରେ କରାଯାଉଥିବାରୁ ଏହାର ସ୍ଥାୟୀତ୍ବ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଵର୍ଷା ଦିନକୁ ଛାଡି ଦେଲେ ଅନ୍ୟ ସମୟରେ ମହାନଦୀ ଶୁଖିଲା ପଡୁଥିବା ଵେଳେ ଉକ୍ତ ପାଇକା କେନାଲରେ କିପରି ପାଣି ଆସିବ ତାକୁ ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଛି। ଏହି ସଵୁ କାରଣରୁ କିଛି ବର୍ଷ ପରେ ପାଇକା ଯଥା ପୂର୍ବଂ ତଥା ପରଂ ଅବସ୍ଥା ସୃଷ୍ଟି ହେବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ଵୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
ମୃତ ପାଇକା ନଦୀ ଭିତରେ କେନାଲ ଖନନର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ
