ଭୁବନେଶ୍ବର,୦୧/୦୫/୨୦୨୪ (ଓଡ଼ିଶା ସମାଚାର)- ଆଗାମୀ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ରେ ଓଡ଼ିଶା ଆସିବେ । ପ୍ରଧାନମନ୍ତ୍ରୀ ୬ ତାରିଖ ସକାଳ ୧୦ଟା ରେ ବ୍ରହ୍ମପୁରରେ ଓ ସାଢ଼େ ୧୨ଟାରେ ନବରଙ୍ଗପୁରରେ ଜନସଭା କରିବେ । ଏନେଇ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ନିର୍ବାଚନ ଘୋଷଣା ହେବା ପରେ ମୋଦୀଙ୍କର ଓଡ଼ିଶାରେ ଏହା ପ୍ରଥମ କାର୍ୟ୍ୟକ୍ରମ ହୋଇଥିବାରୁ ଏଠାରେ ମୋଦୀ କେଉଁଭଳି ପ୍ରଚାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିକଟରେ ଏକ ଟିଭି ସାକ୍ଷାତକାରରେ ମୋଦୀ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିବା ସହ ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ସୁଯୋଗ ଦେବାକୁ କହିଥିଲେ। ତେଣୁ ନବରଙ୍ଗପୁରରେ ମୋଦୀ ସେହି ଶାଣିତ ଆକ୍ରମଣ ଜାରି ରଖୁଛନ୍ତି ନା ଆହୁରି ଆକ୍ରମଣାତ୍ମକ ପ୍ରଚାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
