କଟକ ସଦର ର ଚିତ୍ତରଞ୍ଜନ ଦାସ
କଟକ ସଦର,୨୬/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ବିଜେପି ପକ୍ଷରୁ ନୂତନ ସାଂଗଠନିକ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱ।ଳଙ୍କ ମନୋନୟନ କ୍ରମେ ରାଜ୍ୟ ଵିଜେପି ସଭାପତି ମନମୋହନ ସାମଲ ଙ୍କ ଅନୁମୋଦନ କ୍ରମେ ଜିଲ୍ଲା ର ୫ ଟି ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନାମ ଘୋଷଣା ହୋଇଛି।
ଏଥିରେ କଟକ ସଦର ନିର୍ବାଚନମଣ୍ଡଳୀ ପାଇଁ ପୂର୍ବତନ କର୍ପୋରେଟର, ବିଜେପି ଓଵିସି ମୋର୍ଚ୍ଚା ସଂଯୋଜକ ଚିତ୍ତରଞ୍ଜନ ଦାସଙ୍କ ନାମ ଘୋଷଣା କରାଯାଇଛି। ଆଗାମୀ ଦିନରେ କଟକ ସଦର ନିର୍ବାଚନମଣ୍ଡଳୀର ସଂଗଠନ କୁ ସୁଦୃଢ କରାଯିବ ବୋଲି ଆଶାବ୍ୟକ୍ତ କରାଯାଇଛି।
