କଟକ ସଦର ୨୬/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ର ବରିଷ୍ଠ ବିଜେଡି ନେତା, ତିନି ଥରର ବିଧାୟକ, କଟକ ଜିଲ୍ଲାର ପୂର୍ବତନ ବିଜେଡି ସଭାପତି, ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଗତକାଲି ସୋମବାର ଦିନ ବିଜେଡ଼ିକୁ ଵାଏଵାଏ କରିଵା ସହିତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବା ଦେବାଶିଷ ସାମନ୍ତରାୟ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଆଜି ମଙ୍ଗଳବାର ଦିନ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ ଠାରେ ପଦ୍ମଫୁଲ ଧରିଥିବା ଜଣାପଡିଛି। ଦେବାଶିଷଙ୍କ ବିଜେପିରେ ଏହି ମିଶ୍ରଣ ପର୍ବରେ ଓଡ଼ିଶା ରାଜ୍ୟ ବିଜେପି ସଭାପତି ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗ ଦେଇ ଦେବାଶିଷଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳରେ ବିଧିବଦ୍ଧ ଭାବେ ସାମିଲ କରିଥିବା ଘୋଷଣା କରିଥିଲେ।

ଦେବାଶିଷ ସାମନ୍ତରାୟ :ଗତକାଲି ବିଜେଡି ଶଂଖ ଛାଡ଼ିଥିଲେ ଆଜି ବିଜେପି ପଦ୍ମ ଧରିଲେ
