ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବାର୍ଷିକ ଉତ୍ସବ

                                 ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ,ସେମାନଙ୍କ ଉଜ୍ଜଳମୟ ଭବିଷ୍ୟତ ପାଇଁ ସମସ୍ତଙ୍କ ଗୁରୁ ଦାୟିତ୍ବ ଅଛି

ନିରାକାରପୁର, ୩୦/୦୪/୨୦୨୪ (ଓଡ଼ିଶା ସମାଚାର)-ଦେଶ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ। ଆଜିର ଛାତ୍ର ଆସନ୍ତା ଭବିଷ୍ୟତର ଉଜ୍ଜଳ ତାରକା।ସେମାନଙ୍କ ଚରିତ୍ର ଗଠନ, ଉତ୍ତମ ଶିକ୍ଷାଗ୍ରହଣ ଦାୟୀତ୍ବ ଅଭିଭାବକ ଠାରୁ ଆରମ୍ଭ କରି ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଉପରେ ଗୁରୁ ଦାୟିତ୍ବ ରହିଛି ବୋଲି ଖୋର୍ଦ୍ଧା ଜିଲ୍ଲା ଛଣଗିରି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ ସଭାରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ଅରବିନ୍ଦ ଗଜେନ୍ଦ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନାରାୟଣ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ଖାଉଟି କମିଟି ଅବସରପ୍ରାପ୍ତ ସଭାପତି ନାରାୟଣ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଦୂରଦର୍ଶନ ର ବାଖ୍ୟାକର ବିରଞ୍ଚି ନାରାୟଣ ତ୍ରିପାଠୀ ଓ ସମ୍ମାନୀତ ଅତିଥି ଭାବେ ସିକୋ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅଧକ୍ଷ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ଓ ଜିଲ୍ଲା ସଗଠକ ଶ୍ରୀ ଅରବିନ୍ଦ ପାଠ ଚକ୍ର ସୂର୍ଯ୍ୟକାନ୍ତ ମହାରଣା, ଶିକ୍ଷକ ବିଜୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଅଧ୍ୟକ୍ଷ ହରିହର ମହାରଣା ବାର୍ଷିକ ବିବରଣୀ ପାଠ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସୁକାନ୍ତ କୁମାର ସାହୁ, ଶିକ୍ଷୟତ୍ରୀ ତୃପ୍ତିମୟୀ ପଟ୍ଟନାୟକ ଓ ପ୍ରତିଭା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଅନ୍ତିମ ପର୍ଯ୍ୟାୟ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *