ରେଙ୍ଗଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ    ଶିକ୍ଷା  ଶପଥ ସପ୍ତାହର  ଦିବସ ପାଳିତ

 ‌‌ନିରାକାରପୁର, ୨୩/୭/୨୦୨୪ (ଓଡ଼ିଶା ସମାଚାର)- ଜାତୀୟ ଶିକ୍ଷା ନୀତି-୨୦୨୦ର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ଶପଥ ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନକୁ ସ୍ୱତନ୍ତ୍ର ଭାବରେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଥମ  ଦିନ ଶିକ୍ଷଣ ସାମଗ୍ରୀ (ଟିଏଲଏମ୍‌) ଦିବସ ପାଳନ କରାଯାଇଛି । ସ୍ଥାନୀୟ ପ୍ରସଙ୍ଗ ଓ ଏହାକୁ ଶ୍ରେଣୀ ଗୃହରେ କିପରି ବ୍ୟବହାର କରାଯାଇପାରିବ ସେ ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ଶିକ୍ଷଣ ସାମଗ୍ରୀ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଲା ବିଦ୍ୟାର୍ଥୀଙ୍କ ଶିକ୍ଷଣ ପ୍ରକ୍ରିୟାକୁ ଆହୁରି ସହଜ ଓ ସାବଲୀଳ କରିବା । ଏହି ପ୍ରକ୍ରିୟାରେ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓ ଅଭିଭାବକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସାମଗ୍ରୀର ବ୍ୟବହାର କରି ଶିକ୍ଷଣ ପ୍ରକ୍ରିୟାରେ ବିବିଧତାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଶ୍ରେଣୀ ଗୃହରେ ସ୍ଥାନୀୟ ସାମଗ୍ରୀଗୁଡିକର ବ୍ୟବହାର କରାଯାଇ ଶିକ୍ଷା ଦାନ କରାଯାଇପାରିବ ସେ ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ଶିକ୍ଷଣ ସାମଗ୍ରୀ ଦିବସ ଅବସରରେ ଛାତ୍ରଛାତ୍ରୀ/ ଶିକ୍ଷକଶିକ୍ଷୟିତ୍ରୀମାନେ ପୋଷ୍ଟର ପ୍ରସ୍ତୁତି, ପଜଲ୍ସ, ଥ୍ରୀ-ଡ଼ି ମଡ଼େଲ୍‌, ବୋର୍ଡ ଗେମ୍ସ, ୱାଲ ଚାର୍ଟ, ରିଡ଼ିଂ କ୍ଲବ୍‌, କାଗଜରେ କେ,ଇ ପ୍ରସ୍ତୁତ କରିବା, ଲୁଡ଼ୋ ଖେଳ ପ୍ରସ୍ତୁତି ଆଦି ବିଷୟବସ୍ତୁକୁ ନେଇ ନିଜର ପ୍ରତିଭା ଦେଖାଇବା ସହ ପିଲାମାନେ ଲେଖିଥିବା କବିତା ଓ କାହାଣୀକୁ ପ୍ରଦର୍ଶନ କରିଥିଲେ । ଏହି ଦିବସ ଛାତ୍ରଛାତ୍ରୀ/ ଶିକ୍ଷକଶିକ୍ଷୟିତ୍ରୀ/ ଅଭିଭାବକ ଓ ଗୋଷ୍ଠୀ ପାଇଁ ଏକ ସମ୍ମିଳିତ କାର୍ଯ୍ୟକ୍ରମ । ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆଗାମୀ ଜୁଲାଇ ୨୮ ପର୍ଯ୍ୟନ୍ତ ଚାଲୁରହିବ ।ଅନ୍ୟ ଦିବସ ଗୁଡିକରେ  ଏଫ୍ . ଏଲ୍ . ଏ ନ୍ . ଦିବସ ,କ୍ରୀଡା ଦିବସ ,ସାଂସ୍କୃତିକ ଦିବସ ,ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ,ଇକୋକ୍ଲବ/ସ୍କୁଲ ପୋଷଣ ଦିବସ ଓ ସମ୍ପ୍ରଦାୟ ଯୋଗ ଦାନ ଦିବସ ପାଳନ କରାଯିବ। ଏହି ଅବସରରେ ଟାଙ୍ଗୀ ବ୍ଲକ ଲେଣ୍ଡୁ ପଞ୍ଚାୟତ ରେଙ୍ଗଟା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅମର କୁମାର ଜୟସିଂହ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ସହକାରୀ ଶିକ୍ଷୟତ୍ରୀ ଉନିତା ହରିଚନ୍ଦନ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *