ମଞ୍ଚ କଳାକାର ଗୋକୁଳାନନ୍ଦଙ୍କ ବିୟୋଗରେ ଶୋକ

ମାହାଙ୍ଗା,୩୦/୦୪/୨୦୨୪(ଓଡିଶା ସମାଚାର/ଅଭୟ ଜେନା) – ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣି ଶହଶହ ଗୀତାଭିନୟ, ଗୀତିନାଟ୍ୟ, ସୁଆଙ୍ଗ, ରଚନା କରି କାଳଜୟୀ ହୋଇପାରିଛନ୍ତି । ଏହି ସୁ-ପ୍ରସିଦ୍ଧ ନାଟ୍ୟକାରଙ୍କ ଅନେକ ଯାତ୍ରା ନାଟକରେ ନିଖୁଣ ଅଭିନୟ କରି ବେଶ ସଫଳତା ଅର୍ଜ୍ଜନ କରିଥିବା ଜଣେ ମଞ୍ଚ ଅଭିନେତାଙ୍କ ପରଲୋକ ଘଟିଛି । କୁହୁଣ୍ଡା ପଞ୍ଚାୟତ ବନଗୁରିଆ ଗ୍ରାମର ଗୋକୁଳାନନ୍ଦ ବେହେରା ଜଣେ ସଫଳ ଅଭିନେତା ଥିଲେ । ରବିବାର ଅପରାହ୍ନରେ ଗୋକୁଳାନଙ୍କ ୭୩ ବର୍ଷ ବୟସରେ ପରଲୋକ ଘଟିଛି । ଜଣେ ସଫଳ ମଞ୍ଚ ଅଭିନେତା ଏବଂ ସଂକୀର୍ତ୍ତନ ପ୍ରେମୀ ପୁରୁଷ ଭାବେ ଗୋକୁଳାନନ୍ଦ କଳା ଜଗତରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ଏହି କଳାନୁରାଗୀ ପୁରୁଷଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି କ୍ଷ ବିଶିଷ୍ଟ ବ୍ୟକ୍ତିମାନେ ସ୍ବର୍ଗତ ବେହେରାଙ୍କ ବାସଭବନରେ ପହଂଚି ଅନ୍ତିମ ଦର୍ଶନ କରିବା ସହିତ ମର ଦେହରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କୁଣ୍ଡି ସମବାୟ ସମିତିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି, ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ, ବରିଷ୍ଠ ନାଗରିକ ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ଅଫସର ତୁଲ୍ଲା, ଗଣେଶ ବିହାରୀ, ରବୀନ୍ଦ୍ର ପୃଷ୍ଟି, ରଘୁନାଥ ଯେନା, ବାବୁଲି ଯେନା,ଜୟଦେବ ମହାନ୍ତି, ଶ୍ୟାମ ସୁନ୍ଦର ମୁଦୁଲି,ନିରଞ୍ଜନ ମୁଦୁଲି, ରଂଜିତ ଦାସ, ପଞ୍ଚାନନ ସ୍ୱାଇଁ,ହରେକୃଷ୍ଣ ନାୟକ,ପ୍ରମୁଖ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ମୁରଲୀଧର ବେହେରା,ବାସବ ବେହେରା, ରାମଚନ୍ଦ୍ର ବେହେରା, ସନାତନ ବେହେରା ଓ ବନ୍ଧୁ ପରିବାର ବର୍ଗଙ୍କ ଉପସ୍ଥିତିରେ ଗୋକୁଳାନନ୍ଦଙ୍କ ଅନ୍ତିମ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବନଗୁରିଆ ଗ୍ରାମର ଏହି ଯଶସ୍ବୀ କଳାକାରଙ୍କ ମର ଦେହକୁ ଏକ ଶୋଭାଯାତ୍ରା ନିଆଯାଇ ବିରୂପା ନଦୀର ଛନ୍ଦା ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *