ଅବିଳମ୍ବେ ବିନା ସର୍ତ୍ତ ରେ ଖଲାସ କରିବା ପାଇଁ ଦାବି
ଭୁବନେଶ୍ୱର,୦୨/୦୪/୨୦୨୬ (ଓଡ଼ିଶା ସମାଚାର)- ହାଇ କୋର୍ଟର ଆଗୁଆ ବେଲ୍ ଅର୍ଡର୍ ଥିବା ସତ୍ତ୍ବେ ପୋଲିସ ପାଟଣା ଜିନ୍ଦଲ – ପୋସ୍କୋ ପ୍ଲାଣ୍ଟ କ୍ଷତିଗ୍ରସ୍ତ ଜନସାଧାରଣ ଙ୍କ ନେତା ପ୍ରକାଶ ମାଲିକ ଙ୍କୁ ରାତି ଅଧ ରେ ଯେଭଳି ଉଠାଇ ନେଇଛି ତାହା ବିରୁଦ୍ଧରେ ଆଜି ସାରା ଭାରତ କିଷାନ କ୍ଷେତ ମଜଦୂର ସଙ୍ଗଠନ (ଏ.ଆଇ.କେ.କେ.ଏମ. ଏସ) ପକ୍ଷ ରୁ ସାରା ରାଜ୍ୟ ରେ ପ୍ରତିବାଦ ଦିବସ ପାଳିତ ହେଉଥିବା ପରିପ୍ରେକ୍ଷୀରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।
ପ୍ରକାଶ ଥାଉକି ବି.ଜେ.ପି. ସରକାର କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ରେ ବଳପୂର୍ବକ ଚାଷ ଜମି ଦଖଲ କରି ଜିନ୍ଦଲ ପୋସ୍କୋ କମ୍ପାନୀ କୁ ହସ୍ତାନ୍ତରିତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହାର ବିରୁଦ୍ଧରେ ଲୋକମାନେ ନିଜର ଭିଟା ମାଟି ରକ୍ଷା ପାଇଁ ଯେଉଁ ଆନ୍ଦୋଳନ କରୁଛନ୍ତି,ତାକୁ ନେତୃତ୍ୱ ଦେଉଥିବା ନେତା ପ୍ରକାଶ ମଲ୍ଲିକଙ୍କ ଉପରେ ଏହିଭଳି ପୋଲିସ ଓ ବି. ଜେ. ପି. ସରକାରଙ୍କ ଦମନମୁଲକ୍ କାର୍ଯ୍ୟକୁ ଏ.ଆଇ.କେ.କେ. ଏମ.ଏସ.( AIKKMS) ଓଡ଼ିଶା ରାଜ୍ୟ କମିଟି ପକ୍ଷ ରୁ ତୀବ୍ର ବିରୋଧ କରାଯାଇ ଆଜି ରାଜ୍ୟ ବ୍ୟାପି ଏହି ପ୍ରତିବାଦ ଦିବସ ପାଳିତ ହେଉଛି।
ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ରେ ଏହି ପ୍ରତିବାଦ ସଭା ଅନଷ୍ଠିତ ହୋଇ ତୁରନ୍ତ ପ୍ରକାଶ ମଲ୍ଲିକଙ୍କୁ ବିନା ସର୍ତ୍ତରେ ଖଲାସ କରିବା,ସମସ୍ତ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା, ଗାଆଁ ଗାଁ ରେ ଚାଲିଥିବା ପୋଲିସ ଜୁଲୁମ୍ ବନ୍ଦ କରିବା ,ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କରିବା ପାଇଁ ଦାବି କରାଯାଇଛି। ଆଜିର ଏହି ପ୍ରତିବାଦ ସଭା ରେ ସଙ୍ଗଠନ ପକ୍ଷରୁ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ସନ୍ତୋଷ ରଥ, ରାଜେନ୍ଦ୍ର ବର୍ମା, ନିରଞ୍ଜନ ମହାନ୍ତି, ପ୍ରଭାମଞ୍ଜୁଳା ବ୍ରହ୍ମ, ବିଜୟଲକ୍ଷ୍ମୀ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।
