ଖୋର୍ଦ୍ଧା, ୨୨/୦୪/୨୦୨୪ (ଓଡ଼ିଶା ସମାଚାର)- ଜାତୀୟ ରାଜପଥରେ ଗୁଳିମାଡ କରି ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ କରାଯାଇଛି। ଘଟଣାଟି ଘଟିଛି ୫୭ନ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବାଘମାରି ବାଙ୍କୀ ରାସ୍ତାରେ।
ମିଳିଥିବା ସୂଚନା ଅନୁସାରେ ତପସ୍ଵିନୀ ବିଶ୍ଵାଳ ତାଙ୍କ ସ୍ଵାମୀ ଏବଂ ପିଲାଙ୍କ ସହ ବାଙ୍କୀରୁ ସାରୁଅ ବାଇକ୍ ଯୋଗେ ଆସୁଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ଗୁଳିମାଡ କରି ତପସ୍ଵିନୀଙ୍କ ବେକରୁ ସୁନା ଚେନ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ମହିଳାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପାଟି କରିବାରୁ ଦୁବୃର୍ତ୍ତ ଖସି ପଳାଇଥିଲେ। ତେବେ ଗୁଳିମାଡରେ ଦମ୍ପତିଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ସହ ଗୁଳି ଖୋକା ଜବତ କରିଛି।