ବ୍ରାହ୍ମଣ ଖଣ୍ଡ ପାଣ୍ଡବ ଘାଟରେ ବୋଇତ ବନ୍ଦାଣ ମହୋତ୍ସବ

କଟକ ସଦର,୨୪/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ସିର୍ଲୋ ପଞ୍ଚାୟତ ମହାନଦୀର ବ୍ରାହ୍ମଣ ଖଣ୍ଡ ପୂରାଣ ବର୍ଣ୍ଣିତ ପାଣ୍ଡବ ଘାଟ ଠାରେ ଆଜି ମଙ୍ଗଳବାର ମହାକାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କମିଟି ପକ୍ଷରୁ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ତତ୍ୱାବଧାନରେ ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ମହାସମାରୋହରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସଂଗଠନ ର ପ୍ରତିଷ୍ଠାତା ବରିଷ୍ଠ ସଦସ୍ୟ,ଯୁଵ ଉଦ୍ୟୋଗୀ,ନାଟ୍ୟ ନିର୍ଦେଶକ ସମରେନ୍ଦ୍ର ମହାପାତ୍ର ଙ୍କ ସମେତ ଶିଶୁ ବିଶେଷଜ୍ଞ ଡାକ୍ତର ରାଜ କିଶୋର ବରାଳ, ଚଳଚ୍ଚିତ୍ର ପ୍ରଯୋଜକ ହପିସ ରାଉତ, ଚଳଚ୍ଚିତ୍ର ଅଭିନେତା/ ଅଭିନେତ୍ରୀ ରିୟା ନିକିତା, ସୁଶ୍ରୀ ସବିତା,ଶିଵାଂଶୁ ପ୍ରମୁଖ ଯୋଗ ଦେଇ ବୋଇତ ବନ୍ଦାଣ କରି ଅତୀତର ଗୌରଵମୟ ନୌ ବାଣିଜ୍ୟ, ଓଡ଼ିଆ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ୟ୍ୟକ୍ରମ ପରିଚାଳନାରେ ପୂର୍ବତନ ସରପଂଚ ଅଭିମନ୍ୟୁ ସାହୁ, ବୋଇତ ବନ୍ଦାଣ କମିଟି ସଭାପତି ବୈଷ୍ଣବ ଚରଣ ଗୟା, ରବିନ୍ଦ୍ର ସେଠୀ, ଲୋକନାଥ ଦାସ, ସଂଜୟ ବେହେରା, ପବିତ୍ର କୁମାର ଦାଶ,ଅରୁଣ ବୋଷ, ସୁଧାକର ମାଦେଳି, କାଳନ୍ଦୀ ଭୋଇ, ଵିଜୟ ମହାପାତ୍ର, ନିଶିକାନ୍ତ ଦାସ,ତପନ ନାୟକ, ନୃସିଂହ ପଣ୍ଡା, ନିରାକାର ପଣ୍ଡା, ସାମ୍ବାଦିକ ଅମିତାଭ ମହାପାତ୍ର, ସାମ୍ବାଦିକ ଇଜାଜ୍ ଖାଁ ପ୍ରମୁଖ ସହାୟତା କରିଥିଲେ। ଶେଷରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ୟ୍ୟକ୍ରମ ସଫଳତା ପାଇଁ ସଂଗଠନର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *