ପାରାଵିଲ୍ ଧଵଳେଶ୍ୱରୀ ଗ୍ରାମ କମିଟି ପୁନର୍ଗଠିତ  

କଟକ ସଦର , ୨୩/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କଟକ ସଦର ଅନ୍ତର୍ଗତ ସର୍ବପୁରାତନ ତଥା ସରକାରୀ ପଞ୍ଜିକୃତ ପାରାଵିଲ୍ ଧଵଳେଶ୍ୱରୀ ଗ୍ରାମ କମିଟି ଇତିମଧ୍ୟରେ ପୁନର୍ଗଠିତ କରାଯାଇ ସର୍ବସମ୍ମତିକ୍ରମେ କାର୍ଯ୍ୟକର୍ତ୍ତା ମନୋନୟନ କରାଯାଇଛି। ଏଥିରେ ବରିଷ୍ଠ ତଥା ମୂଖ୍ୟ ଉପଦେଷ୍ଟା ଭାବେ ଧରଣୀଧର ବେହେରା, ଉପଦେଷ୍ଟା ତ୍ରୈଲୋକ୍ୟ ନାଥ ରାଉତରାୟ, ଉପଦେଷ୍ଟା ନିରଞ୍ଜନ ଦାଶ ରହିଥିବା ବେଳେ ସଭାପତି ଭାବେ ନିରଞ୍ଜନ ରାଉତରାୟ, କାର୍ଯ୍ୟକାରୀ ସଭାପତି ଗୋକୁଳାନନ୍ଦ ବୈଶାଖ, ଉପସଭାପତି ଜୟରାମ ପରିଡ଼ା ଓ ରବିନ୍ଦ୍ରନାଥ ସତପଥି, ସାଧାରଣ ସଂପାଦକ ବିଷ୍ଣୁ ଚରଣ ବେହେରା,ଯୁଗ୍ମ ସଂପାଦକ ଉମେଶ ଚନ୍ଦ୍ର ବାଡି ଓ ବସନ୍ତ କୁମାର ବାଡି, କୋଷାଧ୍ୟକ୍ଷ ପ୍ରଭାକର ସାହୁଙ୍କୁ ମନୋନୀତ କରାଯାଇଛି।ଏଥି ସହିତ କାର୍ଯ୍ୟକାରୀ ସଦସ୍ୟ ଭାବେ ରଣଜିତ ରାଉତରାୟ, ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ ସାହୁ,ଶରତ ଚନ୍ଦ୍ର ବାଡି, ବାମଦେବ ଦାଶ, ପ୍ରଦୀପ କୁମାର ରାଉତରାୟ, ଖଗେଶ୍ବର ମୁଦୁଲି,ସରୋଜ କୁମାର ପାତ୍ର, ବିଷ୍ଣୁ ଚରଣ ବାଡି, ଘନଶ୍ୟାମ ଭୋଇ, ଲକ୍ଷ୍ମୀଧର ସାମଲ ଙ୍କ ସହିତ ୱ।ର୍ଡ ସଭ୍ୟ ଦ୍ୱୟଙ୍କୁ ନିମନ୍ତ୍ରିତ ସଦସ୍ୟ ରଖାଯାଇଛି। ସୂଚନାଯୋଗ୍ୟ ଯେ ରାଉତ ସାହି,ପାଟରା ସାହି,ଗୁଡିଆ ସାହି, କୁମ୍ଭାର ସାହି,ଭୋଇ ସାହି,ସାମଲ ସାହି, ବ୍ରାହ୍ମଣ ସାହି କୁ ନେଇ ପାରାଵିଲ ରାଜସ୍ୱ ଗ୍ରାମର ଅବସ୍ଥିତି। ଗ୍ରାମର ଉନ୍ନତି ପାଇଁ ଉକ୍ତ ନୂତନ କମିଟି ନିଷ୍ଠାର ସହିତ କାର୍ଯ୍ୟ କରିବ ବୋଲି ଗ୍ରାମ ଦେବତୀ ମା’ ଧଵଳେଶ୍ୱରୀଙ୍କ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଥିବା କାର୍ଯ୍ୟକର୍ତ୍ତା ମାନେ ଶପଥ ନେଇଥିଲେ  ।

Leave a Reply

Your email address will not be published. Required fields are marked *